Latest Odisha News

BREAKING NEWS

ଥାନା ଅଧିକାରିଣୀଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୁତ୍ତ

ଭଦ୍ରକ: ପୋଲିସ ଥାନା ଅଧିକାରିଣୀଙ୍କ ବେକରୁ ସୁନା ଚେନ ଟାଣି ନେଲେ ଦୁର୍ବୁର୍ତ୍ତ । ଘଟଣା ଘଟଛି ଭଦ୍ରକ ସହର ସ୍ଥିତ ପରିବା ମାର୍କେଟରେ । ପରିବା ମାର୍କେଟ ନିକଟରେ ସାଧା ପୋଷକରେ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି ଥାନା ଅଧିକାରିଣୀ ମୋନାଲିସା କର । ଦୁଇ ଜଣ ଦୁର୍ବୁର୍ତ୍ତ ମୋଟରସାକେଲରେ ଆସି ଥାନା ଅଧିକାରିଣୀଙ୍କ ବେକରୁ ଚେନ ଲୁଟ କରି ଛୁ ମାରିବା ସମୟରେ ସ୍ଥାନୀୟ ଲୋକେ ଜଣକୁ କାବୁ କରିଛନ୍ତି ।

ମାତ୍ର ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଲୁଟ୍ ରେ ବ୍ୟବହାର ଗାଡିକୁ ମଧ୍ୟ ସ୍ଥାନୀୟ ଲୋକେ କାବୁ କରିବା ସହିତ ପୋଲିସ ଜିମା ଦେଇଛନ୍ତି । ଥାନା ଅଧିକାରିଣୀ ମୋନାଲିସା କର ବର୍ତ୍ତମାନ ଏସପିଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ରିପୋର୍ଟ ସେକ୍ସନରେ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ଲୁଟ ଗାଡିର ନମ୍ବର ପ୍ଲେଟ ଛତିଶଗଡ଼ର ହୋଇଥିବା ବେଳେ ପୋଲିସ ଗାଡିକୁ ଜବତ କରିବା ସହିତ ଅଟକ ଲୁଟେରାକୁ ପଚାରା ଉଚୁରା ଜାରି ରଖିଛି ।

ଲୁଟ ଘଟଣାକୁ ନେଇ ଅତିରିକ୍ତ ଏସପି ସ୍ପେଶଲ୍ ବ୍ରାଞ୍ଚ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତିକ୍ରିୟା ରେ କହିଛନ୍ତି । ଗିରଫ ଅଭିଯୁକ୍ତ ଇରାନି ଗ୍ୟାଙ୍ଗର । ତଦନ୍ତ ପାଇଁ ନାମ ଗୁପ୍ତ ରଖିଛୁ । ଏହି ଗ୍ୟାଙ୍ଗ ଲଗାତାର ଭାବେ ସମାନ ଘଟଣା ଘଟାନ୍ତି । ସିରିଜ୍ ଲୁଟ କରନ୍ତି । ଏକାଧିକ ଲୁଟ ରେ ଏହି ଗ୍ୟାଙ୍ଗ ସାମିଲ ଅଛି । ପୋଲିସ୍ ଟିମ ଚୋରି ସାମଗ୍ରୀ ଗୁଡ଼ିକୁ ଜବତ ପାଇଁ ବାହାରିଛି । ଜବତ ଗାଡ଼ିରେ ଛତିଶଗଡ ନମ୍ବର ରହିଛି । କିନ୍ତୁ ଯାଞ୍ଚ ପରେ ଜଣା ପଡ଼ିବ ଗାଡ଼ି କେଉଁ ଅଞ୍ଚଳ ର ଓ ଚୋରା ଗାଡ଼ି କି ନୁହେଁ ।

Comments are closed.