ବଲାଙ୍ଗୀର: ଦୁଇଟି କାର ମୁହାଁମୁହିଁ ହେବା ଫଳରେ ୩ ଗୁରୁତର । ଆଜି ସକାଳେ ସିନଖମନଠାରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତୀବ୍ର ଧକ୍କାରେ ଦୁଇଟି କାର ଚୁରମାର ହୋଇଥିବା ଜଣାପଡିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟା ସମୟରେ ଟିଟଲାଗଡରୁ ଆସୁଥିବା ଏକ କାର ସହ ଭବାନୀପାଟଣା ପଟୁ ଆସୁଥିବା ଏକ କାରର ଧକ୍କା ହୋଇଥିଲା । ଉଭୟ ଗାଡିର ସମ୍ମୁଖ ପାଶ୍ୱର୍ ଧ୍ୱସ୍ତବିଧ୍ୱସ୍ତ ହୋଇଛି । ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ତଳରେ ପହଂଚି ଅଗ୍ନିଶମ ବିଭାଗ ସମସ୍ତଙ୍କୁ ଉଦ୍ଧାର କରିଥିଲା ।
ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ମେଡିକାଲକୁ ପଠାଯାଇଛି । ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଗ୍ନିଶମ ବିଭାଗ ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛି । ତେବେ ଆହତଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।
Comments are closed.