Latest Odisha News

BREAKING NEWS

ମୃତ୍ୟୁ ପରେ ବି ବଢୁଛି ସୁଶାନ୍ତଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ଏକ ବର୍ଷ ବିତିଗଲାଣି। ଆଜିର ଦିନରେ ସୁଶାନ୍ତଙ୍କ ଆତ୍ମହତ୍ୟା କରିଥିବା ଗଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା।

ତେବେ ସୁଶାନ୍ତ ସିନା ତାଙ୍କ ପ୍ରଶଂସକଙ୍କୁ ଛାଡି ଚାଲିଯାଇଛନ୍ତି ହେ‌ଲେ ତାଙ୍କ ପ୍ରଶଂସକ ତାଙ୍କୁ ଆଜି ବି ମନେ ରଖିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ଅନୁସରଣକାରୀଙ୍କ ସଂଖ୍ୟାରେ କ୍ରମାଗତ ଅଭିବୃଦ୍ଧି ଘଟିଛି। ଏହା ୯ ରୁ ୧୩ ମିଲିୟନକୁ ବୃଦ୍ଧି ପାଇଛି। ସମ୍ପ୍ରତି, ତାଙ୍କର ୧୩.୪ ନିୟୁତ ଅନୁସରଣକାରୀ ଅଛନ୍ତି।

ଆଜି ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କ ପ୍ରଶଂସକମାନେ ମଧ୍ୟ ଟ୍ୱିଟରରେ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହିତ ମାଇକ୍ରୋ ବ୍ଲଗିଂ ସାଇଟରେ # ସୁଶାନ୍ତ ସିଂ ରାଜପୁତ୍‌ ଟ୍ରେଣ୍ଡ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।

 

Leave A Reply

Your email address will not be published.