Latest Odisha News

BREAKING NEWS

ଚାଲିଲାନି ଗୋଡ଼, ବିଛଣାରେ ପଡ଼ିରହିଛନ୍ତି ୩ ଭଉଣୀ

ନୂଆପଡ଼ା : ବିଛଣାରେ ପରିବାରର ଖୁସି  । ଶଯ୍ୟାଶାୟୀ ତିନି ବଢ଼ିଲା ଝିଅ । ହ୍ବିଲ ଚେୟାର ହେଉଛି ତାଙ୍କ ସାହା ଭରସା । ବାପା ମା’ଙ୍କ ଆଶା ଥିଲା ଭବିଷ୍ୟତରେ ୩ ଝିଅ ସାହାରା ହୋଇ ସବୁ ଦୁଃଖ ଦୂର କରିଦେବେ  । ହେଲେ ଦଇବ ଦାଉ ସାଜିଲା  । ସୁସ୍ଥ ସବଳ ଥିବା ତିନି ବଢ଼ିଲା ଝିଅ ଯୌବନରେ ପାଲଟିଗଲେ ଭିନ୍ନକ୍ଷମ  । ରୋଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏବେ ପରିବାରର ସୁଖଶାନ୍ତି ସବୁ ଖଟରେ ରହିଯାଇଛି ।ଏ ଦୃଶ୍ୟ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଘରଧରା ଗାଁରେ ଦେଖିବାକୁ ମିଳିଛି ।

ଉପେନ୍ଦ୍ର ବନ୍ଦୀଛୋରଙ୍କ ପରିବାର ବେଶ୍‌ ସୁଖଶାନ୍ତିରେ ଚାଲିଥିଲା  । ହେଲେ ସତେ ଯେପରି ପରିବାରରେ କାହାର ନଜର ଲାଗିଗଲା । ଏଇ ପରିବାରରେ ଦୁଃଖର କଳାବାଦଲ ଛାଇଗଲା । ମାଟ୍ରିକ ପରୀକ୍ଷା ପରେ ପରେ ଅଣ୍ଟା ହାତ ଗୋଡ଼ ଆଉ କାମ କଲାନାହିଁ । ଫଳରେ ପର୍ଯ୍ୟାୟକ୍ରମେ ତିନି ଝିଅ ପାଲଟିଗଲେ ଭିନ୍ନକ୍ଷମ । ଚାଲିବା ତ ଦୂରର କଥା କାହାର ସାହାରା ବିନା ଛିଡା ମଧ୍ୟ ହୋଇ ପାରୁନାହାଁନ୍ତି ତିନି  ଝିଅ । ୩ ଝିଅଙ୍କର ସମସ୍ତ ନିତ୍ୟକର୍ମ ମା ଅନ୍ନପୂର୍ଣ୍ଣା ହିଁ କରିଥାନ୍ତି  । ତେବେ ଅର୍ଥ ଅଭାବରୁ ଏଇ ୩ ଝିଅର ଚିକିତ୍ସା ହୋଇ ପାରୁନଥିବା ଝିଅର ମା ଅନ୍ନପୂର୍ଣ୍ଣା କହିଛନ୍ତି ।

ଉପେନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିବାରୁ ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ । ତାଙ୍କ ସେହି ରୋଜଗାରରୁ ଯାହା ବଞ୍ଚୁଥିଲା ସେଥିରେ ସେ ତାଙ୍କ ୩ ଝିଅର ଚିକିତ୍ସା କରାଇଥିଲେ  । ହେଲେ ବଡ଼ ଦୁଃଖର କଥା ଝିଅମାନେ ଭଲ ହୋଇପାରିଲେ ନାହିଁ  । ପ୍ରଥମେ ନୂଆପଡା, ବୁର୍ଲା ଏବଂ ପରେ ଓଲଟପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଓଲଟପୁରରେ କିଛିଦିନ ରଖିବା ପରେ ଉନ୍ନତି ଦେଖାଦେଇଥିଲା ହେଲେ ଅର୍ଥ ଅଭାବରୁ ଘରକୁ ଫେରାଇ ଆଣିଥିଲେ ବୋଲି ଉପେନ୍ଦ୍ର କହିଛନ୍ତି ।

Leave A Reply

Your email address will not be published.