ଭୁବନେଶ୍ବର: ଆଉ ୬ମାସ ବଢିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ । ଚଳିତମାସରେ ଶେଷ ହେଉଥିବା ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ଆଉ ୬ମାସ ବୃଦ୍ଧି କରିଛନ୍ତି । ସେଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ।
ଆଜି ଗୁରୁବାର ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ବୃଦ୍ଧି କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତିଙ୍କ କାର୍ଯ୍ୟକାଳ ସରିବା ଦିନଠାରୁ ୬ମାସ ପର୍ଯ୍ୟନ୍ତ ତଥା ନୂଆ କୁଳପତି ଯୋଗଦେବା ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଗଲା ।
ଏହି ୩ଟି ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ପାଇଁ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ବିଜ୍ଞାପନ ଜାରି କରିନଥିବା କାରଣରୁ ଯାହାକୁ ନେଇ ରାଜ୍ୟପାଳ ଗୁରୁବାର ସମ୍ପୃକ୍ତ କୁଳପତିମାନଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିଛନ୍ତି ।