Latest Odisha News

BREAKING NEWS

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ, ‘ଓଡିଶାରେ ସବୁବେଳେ ନବୀନବାବୁଙ୍କ ଇଞ୍ଜିନ ହିଁ ଚାଲିବ’

କଳାହାଣ୍ଡି/ନୂଆପଡା: କଳାହାଣ୍ଡିରରେ ମେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ନିର୍ବାଚନୀ ପ୍ରଚାରରେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ କଳାହାଣ୍ଡି ଓ ନୂଆପଡା ଗସ୍ତ କରି ମାରାଥନ ପ୍ରଚାର କରିଛନ୍ତି । ଆଜି ତୃତୀୟ ଦିନରେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ନୂଆପଡାରେ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଜୁନାଗଡରେ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ପାଣ୍ଡିଆନ ।

ଖରା ଗରମକୁ ଖାତିର ନକରି ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ୍ ଭିକ୍ଷା କରିବାକୁ ଖଡିଆଳ ରୋଡରୁ ନୂଆପଡା ପର୍ଯ୍ୟନ୍ତ ୧୨ କିଲୋମିଟର ଦୀର୍ଘ ଏକ ବିଶାଳ ରୋଡ୍ ସୋ ରେ ଆସି ଶ୍ରୀ ପାଣ୍ଡିଆନ ରାଲିରେ ଯୋଗ ଦେଇଥିଲେ । ରାସ୍ତାରେ ହଜାର ହଜାର ଲୋକ ତାଙ୍କ ସହ ଏହି ରାଲିରେ ଯୋଗଦେଇଥିଲେ ।

ନୂଆପଡା ସଭାରେ ପାଣ୍ଡିଆନ ପ୍ରଥମେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ । ସେ ବିଜେପିର ଡବଲ ଇଞ୍ଜିନ କଥାକୁ ନେଇ କହିଥିଲେ ଯେ, ‘ଡବଲ ଇଞ୍ଜିନ ଯଦି ଏତେ ଭଲ, ପଡୋଶୀ ରାଜ୍ୟ ଛତିଶଗଡରେ ତାଙ୍କ ଇଞ୍ଜିନରେ ପରିବର୍ତ୍ତନ କାହିଁକି ହେଉଛି? ତେଣୁ ଡବଲ ନୁହଁ କି ସିଙ୍ଗଲ ନୁହଁ ଓଡିଶାରେ ସବୁବେଳେ ନବୀନବାବୁଙ୍କ ଇଞ୍ଜିନ ହିଁ ଚାଲିବ । ନବୀନବାବୁଙ୍କ ଇଞ୍ଜିନ ସବୁଠାରୁ ମଜଭୁତ ଅଟେ’ ।

ସେ ଆହୁରି କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ କଥା କମ୍ ଓ କାମ ବେଶି ବିଶ୍ୱାସ ରଖିନ୍ତି ଓ କରି ଦେଖାଇଛନ୍ତି ମଧ୍ୟ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ତ୍ବରେ କଳାହାଣ୍ଡି ଜିଲ୍ଲାରେ ବିକାଶ ବହୁ ଦ୍ରୁତ ଗତିରେ ହୋଇଛି । ଆଗକୁ ମଧ୍ୟ ବିକାଶ ଜାରି ରହିବ ବୋଲି କହିଥିଲେ ।

ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଯୋଡ଼ା ଶଙ୍ଖରେ ଭୋଟ୍‌ ଦେଇ ପୁଣିଥରେ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ବିକାଶର ସାରଥୀ କରିବାକୁ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ ।

ଏହି କାର୍ଯ୍ୟକ୍ରମରେ ବିଜେଡିର ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ୍ ଓ ନର୍ଲା ବିଧାୟକ ପ୍ରାର୍ଥିନୀ ମନୋରମା ମହାନ୍ତି, ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓରଫ୍ ମୁନା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଟିକେଲାଲ୍ ସାହୁ, ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଇଲେକ୍ସନ୍ ଏଜେଣ୍ଟ୍ ସରୋଜ କୁମାର ରାଉତ, ବିଜେଡିର ଜିଲ୍ଲା ଯୁବ ସଭାପତି ଆଦିତ୍ୟ ନନ୍ଦ, ଉପସଭାପତି ବିଜୁ ଛାତ୍ର ଜନତା ଦଳ ଅଜିତ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସଭ୍ୟା ନମ୍ରତା ସାହୁ ଓ ଲିଲି ଦୀପଙ୍କ ସମେତ ବିଜେଡିର ସମସ୍ତ ବ୍ଲକ ସଭାପତି ଓ ପଞ୍ଚାୟତ ସଭାପତି ଯୋଗ ଦେଇଥିଲେ ।

Leave A Reply

Your email address will not be published.