Latest Odisha News

BREAKING NEWS

ଦାନ୍ତେୱାଡ଼ାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ମହିଳା ମାଓବାଦୀ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡ଼ା ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ତିନି ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, କଟେକଲ୍ୟାଣ ଥାନା ଅନ୍ତର୍ଗତ ଅରବାଲ ଜଙ୍ଗଲ ଭିତରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହୁଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏନେଇ ଡ଼ି.ଆର.ଜି ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ। ଉଭୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରେ ତିନିଜଣ ମହିଳା ମାଓବାଦୀ ପ୍ରାଣ ହରାଇଛନ୍ତି।

ସେମାନଙ୍କ ମଧ୍ୟରେ ନକ୍ସଲ ପନ୍ଥିଙ୍କ ମିଲିଟାରୀ ପ୍ଲାଟୁନ୍ ଚିଫ୍ ରାଜେ ମୁଚକି ରହିଛନ୍ତି। ପୂର୍ବରୁ ଛତିଶଗଡ଼ ସରକାର ତାଙ୍କ ଉପରେ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ନିହତ ହୋଇଥିବା ଅନ୍ୟ ଦୁଇଜଣ ମାଓବାଦୀ ହେଲେ ଗିତା ମାଡ଼କାମ ଓ ଜୋତି ନୁପେ। ତେବେ ଘଟଣାସ୍ଥଳରୁ ତିନୋଟି ବନ୍ଧୁକ ଓ ଦୁଇଟି ଲ୍ୟାଣ୍ଡମାଇନ ସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ଦନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି।

Leave A Reply

Your email address will not be published.