Latest Odisha News

BREAKING NEWS

ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥିପାଇଁ ନିଜର ଆଧାର କାର୍ଡ଼, କୋଭିଡ଼ ଦ୍ୱିତୀୟ ଡ଼ୋଜ ଟୀକା ସାର୍ଟିଫିକେଟ୍ ବା କୋଭିଡ଼ ନେଗେଟିଭ ଆରଟିପିସିଆର ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।

ପୂର୍ବରୁ ପୁରୀ ସହରବାସୀ ବାହାରୁ ଆସୁଥିବା ଭକ୍ତଙ୍କ ସହ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଦର୍ଶନ ପାଇଁ ପ୍ରବେଶ କରୁଥିଲେ। ଯାହାଦ୍ୱାରା ଅଧିକ ବିଳମ୍ବ ହେଉଥିଲା। ମହାପ୍ରସାଦ ଆଣିବାକୁ ଦୀର୍ଘ ସମୟ ଲାଗୁଥିଲା। ପୁରୀରେ ଥିବା ବୟସ୍କ ଲୋକମାନେ ଲମ୍ବା ଲାଇନରେ ଠିଆ ହୋଇ ଶ୍ରୀମନ୍ଦିରକୁ ଯିବା ସମ୍ଭବପର ହେଉନଥିଲା। ଏହାକୁ ନେଇ ପୁରୀରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ପରେ ବିଭିନ୍ନ ସଙ୍ଗଠନ ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ ସହ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ଦାବି କରିଥିଲେ। ତେବେ ଆଜିଠାରୁ କେବଳ ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲାଯାଇଛି। ଏହି ବ୍ୟବସ୍ଥାକୁ ପୁରୀ ସହରବାସୀ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.