Latest Odisha News

BREAKING NEWS

ମାଟି ଅତଡା ଧସି ୩ ଶ୍ରମିକ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ବରସୁଆଁ ଦମାଳ ନିକଟରେ ଅଘଟଣ । ଦମାଳୁ ଠାରେ ଲୌହ ଖଣିରେ ଖଣି ଖନନ ପାଇଁ କାମ ଚାଲିଥିବା ବେଳେ ମାଟି ଅତଡା ଖସି ଚାପି ହୋଇଗଲେ ୩ ଜଣ ଶ୍ରମିକ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଏବେ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି ।

ମାଟିତଳ ଚାପି ହୋଇ ଗୁରୁତର ହୋଇଥିବା ଶ୍ରମିକମାନେ ହେଲେ ଦୁଇଜଣ ମହିଳା ନାତନି ହରୋ, ଫୁଲମଣି ଟପ୍ପୋ ଓ ଜଣେ ପୁରୁଷ ଅଗସ୍ତି ମୁଣ୍ଡା ।

ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିଲା । ଠିକା ସଂସ୍ଥା ଏଲବିଆରର ସାଇଡ ଇନଚାର୍ଜଙ୍କୁ ଦମାଳୁ ଉତ୍ୟେକ୍ତ ଗ୍ରାମବାସୀ ପ୍ରବଳ ମାଡ଼ ମାରିଥିବା ଜଣାପଡିଛି । ଏହି ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାପଡିଛି ।

Comments are closed.