Latest Odisha News

BREAKING NEWS

ଗଜପତି ମହାରାଜାଙ୍କୁ ଭେଟିଲେ ସ୍ମୃତି ଇରାନୀ: ୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କଲେ

ଭୁବନେଶ୍ୱର: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଆଜି ତାଙ୍କ ଦିନିକିଆ ଭୁବନେଶ୍ୱର ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏକ ପ୍ରେସମଟରେ ମଧ୍ୟ ଉଦବୋଧନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ତେବେ ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଭେଟିବା ସହିତ ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ହୋଇଥିବା ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ନେଇ କଂଗ୍ରେସ ଦଳକୁ କଠୋର ସମାଲୋଚନା କରିଛନ୍ତି ସ୍ମୃତି ।

ଆଜି ବିଜେପି ସାରା ଦେଶରେ କଳା ଦିବସ ପାଳନ କରୁଥିବା ଅବସରରେ ଗଣମାଧ୍ୟମକୁ ତାଙ୍କ ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଦଳ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ପଛେଇ ନାହାନ୍ତି । ସେ କହିଛନ୍ତି, “ସଂରକ୍ଷଣ ପାଇଁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁମାନେ ସ୍ୱର ଉଠାଇଥିଲେ ସେମାନଙ୍କ ବିରୁଦ୍ଧରେ ୨ଲକ୍ଷରୁ ଅଧିକ ମିଥ୍ୟା ଏତଲା ଦିଆଯାଇଥିଲା । ଲକ୍ଷାଧିକ ସଂଖ୍ୟାରେ ଆକ୍ରୋଶ ରାଜରାସ୍ତାରେ ଦେଖିବାକୁ ମିଳିଥିଲା । ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରୁଥିବାରୁ କିଛି ରାଜନୈତିକ ଦଳର ନେତା, ସତ୍ୟାଗ୍ରହୀ, ବୁଦ୍ଧିଜୀବୀ ଏବଂ ପତ୍ରକାରମାନଙ୍କୁ ମିଶ । ଆଇନ ବଳରେ ଜୋର ଜବରଦସ୍ତ ଜେଲକୁ ପଠାଇ ଦିଯାଇଥିଲା । ସେହି ଦିନଠାରୁ ଭାରତର ଗଣତନ୍ତ୍ରରେ ଆଜିର ଦିନକୁ କଳା ଦିବସ ଆଖ୍ୟା ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ କହିଛନ୍ତି ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ଜରୁରୀ କାଳୀନ ପରିସ୍ଥିତିରେ ଗଣତବକୁ ସୁରକ୍ଷା ଦେବା ପାଇଁ ଦେଶର ବହୁ ବ୍ୟକ୍ତି ନିଜ ସ୍ୱାଧୀନତାକୁ ଜଳାଞ୍ଜଳି ଦେଇଥିଲେ । ଓଡିଶାର ମଧ୍ୟ ଅନେକ ନେତା ଏବଂ ସମାଜସେବୀଙ୍କୁ ମିଶା ଆଇନ ବଳରେ ଗିରଫ କରାଯାଇ ଜବରଦସ୍ତ ଜେଲକୁ ପଠାଇ ଦିଆଯାଇଥିଲା । ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅଗଣିତ ସଂଖ୍ୟାରେ ନାଗରିକ ଗଣତନ୍ତ୍ରର ସବୁଠୁ ବଡ ଲଢେଇରେ ସମ୍ବିଧାନର ସଂରକ୍ଷଣ ପାଇଁ ନିଜ ତରଫରୁ ବଳିଦାନ ତଥା ଯୋଗଦାନ ଦେଇଥିଲେ । ଓଡିଶାର ଥିବା ୯୦୦ରୁ ଉର୍ଦ୍ଧ ସତ୍ୟାଗ୍ରହୀ ଏବଂ ମିଶା ଅଇନ ବଳରେ ଗିରଫ ହୋଇଥିବା ୩୦୦ରୁ ଉର୍ଦ୍ଧ ସତ୍ୟାଗ୍ରହୀଙ୍କୁ ଶ୍ରଦ୍ଧା ପୂର୍ବକ ସମ୍ମାନ ଦେବାକୁ ସେ ଆସିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଇରାନୀ କହିଛନ୍ତି ।

ଆଜିର ଏହି ସାମ୍ବାଦିକ ସ୧ିଳନୀରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ଓ ସୁଦୀପ୍ତ ରାୟ, ରାଜ୍ୟ ସଂପାଦିକା ସୀମନ୍ତିନୀ ଜେନା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ପୂର୍ବାହ୍ନରେ କେନ୍ଦ୍ରମବୀ ଶ୍ରୀମତୀ ଇରାନୀ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ଆୟୋଜିତ ଏକ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ଜରୁରୀକାଳୀନ ପରିସ୍ଥିତି ପ୍ରସଙ୍ଗରେ ନିଜ ମତ ଉପସ୍ଥାପିତ କରିଥିଲେ ।

ତେବେ ‘ସଂପର୍କ ଫର ସମର୍ଥନ’ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ର ଇରାନୀ ଆଜି ଅପରାହ୍ନରେ ପୁରୀ ଗଜପତି ଶ୍ରୀଦିବ୍ୟସିଂହ ଦେବ ଏବଂ ବିଶିଷ୍ଟ ବାନ୍ଧକଳା ଶିଳ୍ପୀ ପଦ୍ମଶ୍ରୀ ଡ. ଚତୁର୍ଭୁଜ ମେହେରଙ୍କୁ ସେମାନଙ୍କ ବାସଭବନକୁ ଯାଇ ଭେଟିଥିଲେ । ମୋଦି ସରକାରଙ୍କ ଗତ ୪ ବର୍ଷର ସଫଳତା ସମ୍ବଳିତ ପୁସ୍ତକ ପ୍ରଦାନ କରିବା ସହ ଆଲୋଚନା ମାଧ୍ୟମରେ ଏହି ସଫଳତା ବିଷୟରେ ଆଲୋକପାତ କରାଇଥିଲେ ।

Leave A Reply

Your email address will not be published.