Latest Odisha News

ଆଜି ରାତିରେ ପ୍ରବଳ ବର୍ଷା: ବଜ୍ରପାତ ଓ ଝଡତୋଫାନ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଓଡିଶାର ୮ଟି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥି ସହିତ କିଛି ଜିଲ୍ଲାରେ ଘଡ଼ଘଡି ମାରିବ। ପ୍ରବଳ ବେଗରେ ପବନ ମଧ୍ୟ ବୋହିବ।ଏନେଇ ସତର୍କ ସୂଚନା ଜାରି କରିଛି ଆଇଏମଡି।

ରବିବାର ସନ୍ଧ୍ୟାରେ କିଛି ଜିଲ୍ଲାରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସେହି ସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି। ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଆଇଏମଡି ଏହି ଜିଲ୍ଲାବାସୀଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ନିଜକୁ ରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛି। ଏହାପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଭୁବନେଶ୍ୱର ଏବଂ କଟକ ସହର ସମେତ ୧୪ଟି ଜିଲ୍ଲାରେ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଇଏମଡିର ବୁଲେଟିନ୍ ଅନୁଯାୟୀ, ଅକ୍ଟୋବର ୫ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.