Latest Odisha News

BREAKING NEWS

ଦ୍ୱିତୀୟ ଥର ପାଇଁ ପିତା ହେଲେ ଜୋସ ବଟଲର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ ବଟଲର ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ତାଙ୍କ ପତ୍ନୀ ଲୁଇସ ୱେବର ରବିବାର କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ବଟଲର ତାଙ୍କ ଝିଅର ନାମ ମ୍ୟାଗି ରଖିଛନ୍ତି । ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଏହି ଉଇକେଟକିପର ଜଣକ ଏଥିପାଇଁ କିଛି ଦିନ ପାଇଁ କ୍ରିକେଟରୁ ଦୂରେଇ ପତ୍ନୀଙ୍କ ସହ ସମୟ କାଟିଥିଲେ ।

ଚଳିତ ଭାରତ-ଇଂଲଣ୍ଡ ସିରିଜରେ ସେ ଖେଳୁ ନାହାନ୍ତି । ସୂଚନାଯୋଗ୍ୟ, ୨୦୧୯ରେ ସେ ପ୍ରଥମ ଥର ପାଇଁ ବାପା ହୋଇଥିଲେ । ବଟଲରଙ୍କ ପ୍ରତି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.