ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଥିବା ବେଳେ କାଳବୈଶାଖୀ ନେଇ ପାଣିପାଗ ବିଭାଗ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ଯାଏ ଉପକୂଳ ଓଡ଼ିଶାର ଏହି ୩ ଜିଲ୍ଲାରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ସେହିଭଳି କାଳବୈଶାଖୀ ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ଆଗାମୀ ୩ ଘଣ୍ଟା ପାଇଁ ଢେଙ୍କାନାଳ, ଯାଜପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପାଣିପାଗ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ।
ପାଗକୁ ଦେଖି ବାହାରକୁ ବାହାରିବା ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆଜି ସକାଳୁ ଟ୍ୱିନସିଟି ସହ ଉପକୂଳ ଓଡ଼ିଶାର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲାଗି ରହିଛି ।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା
ପୁରୀ: ୭୪%
ଗୋପାଳପୁର: ୭୪%
ପାରାଦୀପ:୭୩%
ଚାନ୍ଦବାଲି: ୭୨%
କେନ୍ଦୁଝର: ୬୯%
ବାଲେଶ୍ୱର: ୬୬%
ଭୁବନେଶ୍ୱର: ୫୬%
ହୀରାକୁଦ: ୨୯%
ସମ୍ବଲପୁର:୨୨%
ଝାରସୁଗୁଡା: ୨୧%— Meteorological Centre, Bhubaneswar (@mcbbsr) June 10, 2023
ଆଜି ଦିନ ୨ ଟା ୩୦ ସୁଦ୍ଧା ପୁରୀ ଓ ଗୋପାଳପୁରରେ ଆଦ୍ରତା ୭୪%, ପାରାଦୀପରେ ୭୩%, ବାଲେଶ୍ୱରରେ ୬୬%, ଭୁବନେଶ୍ୱରରେ ୫୬%, ହୀରାକୁଦରେ ୨୯%, ସମ୍ବଲପୁରରେ ୨୨% ଓ ଝାରସୁଗୁଡାରେ ୨୧% ରହିଛି । ଆଦ୍ରତା ଯେତେ କମିବ ସେହି ସ୍ଥାନରେ ସେତେ ଅଧିକ ଗୁଳୁଗୁଳି ଅନୁଭୂତ ହୋଇଥାଏ ।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ସମ୍ବଲପୁର: ୪୪ ଡ଼ିଗ୍ରୀ
ହୀରାକୁଦ:୪୩.୮ ଡ଼ିଗ୍ରୀ
ଝାରସୁଗୁଡା:୪୩.୪ ଡ଼ିଗ୍ରୀ
କେନ୍ଦୁଝର:୩୨.୬ ଡ଼ିଗ୍ରୀ
ଭୁବନେଶ୍ୱର:୩୭.୮ ଡ଼ିଗ୍ରୀ
ଗୋପାଳପୁର: ୩୫.୨ ଡ଼ିଗ୍ରୀ
ପୁରୀ: ୩୫ ଡ଼ିଗ୍ରୀ
ଚାନ୍ଦବାଲି: ୩୪.୨ ଡ଼ିଗ୍ରୀ
ବାଲେଶ୍ୱର: ୩୩.୨ ଡ଼ିଗ୍ରୀ
ପାରାଦୀପ: ୩୩ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) June 10, 2023
ସେହିଭଳି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୩.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, କେନ୍ଦୁଝରରେ ୩୨.୬ ଡିଗ୍ରୀ, ଭୁବନେଶ୍ୱରରେ ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି ।
Comments are closed.