Latest Odisha News

BREAKING NEWS

ବିଜେପିର ଜନସମ୍ପର୍କ ଅଭିଯାନ: ୧୦ ଦିନିଆ ଆସାମ ଗସ୍ତରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୯ ବର୍ଷ କ୍ଷମତାରେ ରହିଲା ବିଜେପି ସରକାର ।  ୯ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି  ଦେଶବ୍ୟାପୀ ମହା ଜନସଂପର୍କ ଅଭିଯାନ  । ଏହି ଅଭିଯାନକୁ ସଫଳ କରିବା ପାଇଁ ୨୮୮ ଜଣ ବରିଷ୍ଠ ଜାତୀୟ ସ୍ତର ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ତାଲିକାରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ପ୍ରଭାରୀ  ବୈଜୟନ୍ତ ପଣ୍ଡା  ।

ସେବା, ସୁଶାସନ ଓ ଗରିବକଲ୍ୟାଣ ଯୋଜନା ଆଦିରେ କେନ୍ଦ୍ର ସରକାରଙ୍କର ଗତ ୯ ବର୍ଷର ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ଏହି ଜନସମ୍ପର୍କ ଅଭିଯାନର ଉଦ୍ଦେଶ୍ୟ । ଏଥିପାଇଁ ଗତ ମେ ୩୧ରୁ ଆସନ୍ତା ୩୦ ଜୁନ ପର୍ଯ୍ୟନ୍ତ ଏକ ମାସ ଧରି ଦେଶବ୍ୟାପୀ ଏହି ମହା ଜନସଂପର୍କ ଅଭିଯାନ ଚାଲିବ ।

‘ସଂପର୍କରୁ ସମର୍ଥନ’  ହେଉଛି ଏହି   ଅଭିଯାନରେ ଉଦ୍ଦେଶ୍ୟ । ଏହି ଳକ୍ଷ୍ୟ ପୂରଣ ପାଇଁ ତଥା ଏହି ମହା ଜନସଂପର୍କ ଅଭିଯାନକୁ ସଫଳ କରିବାକୁ ରାଷ୍ଟ୍ରୀୟ ସ୍ତରରେ ୨୮୮ ଜଣ ବରିଷ୍ଠ ନେତୃତ୍ୱଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ସାମିଲ ଥିବା ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଏବଂ ଆସାମ ପ୍ରଭାରୀ  ବୈଜୟନ୍ତ ପଣ୍ଡା ଜୁନ ୯ ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ଆସାମ ପ୍ରଦେଶ ଗସ୍ତରେ ଯିବେ ।

ଏହି ଅବସରରେ ଶ୍ରୀ ପଣ୍ଡା  ୪ଟି ଲୋକସଭା ଅନ୍ତର୍ଗତ ଗୌହାଟୀ, କରିମଗଞ୍ଜ, ସିଲଚର୍ ଓ ଡ଼ିଫୁ ଠାରେ ପ୍ରବାସ କରିବା ସହ ୪ଟି ବିରାଟ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି  । ଏଥି ସମେତ ‘ସଂପର୍କରୁ ସମର୍ଥନ’ ଅଭିଯାନରେ ବିଭିନ୍ନ ପରିବାରକୁ ଭେଟିବା ସହ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଦଳୀୟ କାର୍ଯ୍ୟକ୍ରମରୁ ସୂଚନା ମିଳିଛି।

Leave A Reply

Your email address will not be published.