Latest Odisha News

BREAKING NEWS

୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ଆଗାମୀ ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ହେବାର ଆଶଙ୍କା ରହିଛି। ଏନେଇ ଟ୍ଲିନସିଟି ସମେତ ୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କଲା ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ସମେତ କନ୍ଧମାଳ, ମୟୁରଭଞ୍ଜ ଏବଂ କେନ୍ଦୁଝରକୁ ମଧ୍ୟ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

ଉକ୍ତ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଭୁବନେଶ୍ୱର, କଟକ ସମେତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୩୦ରୁ ୪୦ କିଲୋମିଟର ରହିପାରେ । ତେଣୁ ବର୍ଷା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ ରାଜ୍ୟର ୧୧ଟି ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ଓ ପବନ ହେବା ନେଇ ପାଣିପାଗ ବିଭାଗ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ସହିତ ଜଗତସିଂହପୁର, ଗଞ୍ଜାମ, ଗଜପତି, ନୂଆପଡ଼ା, ନବରଙ୍ଗପୁର ଏବଂବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.