ଭୁବନେଶ୍ୱର: ଲାଗି ରହିବ କାଳବୈଶାଖୀ ବର୍ଷା । ୨୬ ତାରିଖ ଆସନ୍ତାକାଲି କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳା, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଛି ।
ସେହିଭଳି ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ସୁନ୍ଦରଗଡ଼, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟରେ ବଜ୍ରପାତ ଆଶଙ୍କା ରହିଛି ।
#Warning for Day-1 to Day-3
Day-4 & Day-5: NIL pic.twitter.com/VKBjNrnks2— Meteorological Centre, Bhubaneswar (@mcbbsr) March 25, 2023
୨୭ ତାରିଖରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଏନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି ।
୨୮ ଓ ୨୯ ତାରିଖରେ ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପ ବର୍ଷା ସହ ବଜ୍ରପାତ ନେଇ ଆକଳନ କରିଛି ପାଣିପାଗ ବିଭାଗ । ୩୦ ତାରିଖ ବେଳକୁ ଆଉ ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବ ଉତ୍ତରପଶ୍ଚିମ ଭାରତ ଉପରେ ରହିବ ।
Comments are closed.