Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୨ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ବୁଧବାର ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଓଡିଶାର ୧୨ଟି ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ସହ ହାଲୁକା ଏବଂ ମଧ୍ୟମ ବର୍ଷା ନେଇ ପୂର୍ବାନୁମାନ କରିଛି।

ଆସନ୍ତା ତିନି ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେଓଗଡ, କେନ୍ଦୁଝରଗଡ, ମୟୂରଭଞ୍ଜ ଏବଂ ବାଲେଶ୍ବରରେ ପାଣିପାଗ ସ୍ଥିତି ସମାନ ରହିବ। ଏହିସବୁ ସ୍ଥାନରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ।

ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Comments are closed.