Latest Odisha News

BREAKING NEWS

ଅବହେଳିତ ଗାନ୍ଧୀ ସ୍ମୃତି ପୀଠ

ଭଦ୍ରକ: ଅବହେଳିତ ଗାନ୍ଧୀ ସ୍ମୃତି ପୀଠ । ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତର ମଞ୍ଜୁରୀରେ ଥିବା ଗାନ୍ଧୀ ସ୍ମୃତି ପୀଠ ଅବହେଳିତ । ଯେଉଁଦିନ ଗାନ୍ଧୀ ଜୟନ୍ତୀ ଆସେ ଏଠି ମନେ ପଡନ୍ତି ଗାନ୍ଧୀ । ଏହି ଗ୍ରାମକୁ ଗାନ୍ଧୀ ୧୯୩୪ ମସିହାରେ ପଦଯାତ୍ରାରେ ଆସି ଜାତି ଭେଦ ବିବାଦ ମେଣ୍ଟାଇ ଲୋକଙ୍କ ସହିତ ଏକାଠି କିଛି ସମୟ ବିତାଇଥିଲେ ।

ଏହି ମଞ୍ଜୁରୀର ବଳଦେବଜୀଉ ପ୍ରାଙ୍ଗଣରେ ଏକ ସଭାର ଆୟୋଜନ ମଧ୍ୟ କରିଥିଲେ । ଘଟଣାକୁ ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏବେ ଯଦି ସେଇ ଗାଁକୁ ଯିବା ତେବେ ଗାନ୍ଧୀଙ୍କ ଏକ ଅବହେଳିତ ହୋଇ ରହିଥିବା ପ୍ରତିମୂର୍ତ୍ତି, ଗାନ୍ଧୀ ରହିଥିବା ଚାଳ ଘର ଓ ଗାନ୍ଧୀ ସେବାଶ୍ରମ ଦେଖିବାକୁ ପାଇବା । ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଗାନ୍ଧୀ ସ୍ମୃତି ପୀଠରେ କୌଣସି ବିକାଶ ହୋଇ ପାରି ନାହିଁ । ନାଁ ସରକାର ଏଥିପ୍ରତି ଦୃଷ୍ଟି ଦେଉଛନ୍ତ ନାଁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉଛନ୍ତି । ଏବେ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି ।

ଗାନ୍ଧୀ ଜୟନ୍ତୀ ଆସିଲେ କେବଳ ଫୁଲ ମାଳଟିଏ ପକେଇ ଦେଇ କାମ ସାରି ଦିଅନ୍ତି । ଏଣୁ ଜିଲ୍ଲା ପ୍ରଶାସନ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେଇ ଏହାର ବିକାଶ କରିପାରିଲେ ଅବହେଳିତ ହୋଇ ପଡିଥିବା ଏହି ଗାନ୍ଧୀ ସ୍ମୃତି ପୀଠର ପୁନରୁଦ୍ଧାର ହୋଇପାରିବ ।

Leave A Reply

Your email address will not be published.