Latest Odisha News

ଆଜି ରାତି ୯ଟା ୩୦ରେ ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ହେବ ଝଡ଼ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ରାତି ୯ଟା ୩୦ ସମୟରେ ରାଜ୍ୟର କେତେକ ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରାଯାଇଛି ।

ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – ଦେଓଗଡ଼, ଢେଙ୍କାନାଳ, କଟକ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଏହିସବୁ ଜିଲ୍ଲା ଗୁଡ଼ିକର କେତେକ ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଏହି ସମୟରେ ଜନସାଧାରଣ ନିରାପଦ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.