Latest Odisha News

BREAKING NEWS

ଓଡିଶାର ୬ଟି ବୁଥରେ ସାନି ଭୋଟଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ସୁପାରିଶ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବୁଥରେ ଇଭିଏମରେ ହୋଇଥିବା ତ୍ରୁଟି ଯୋଗୁଁ ପ୍ରାୟ ୬ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ଏହି ସୁପାରିଶ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟକୁ ପଠାଯିବ । ଆହୁରି ମଧ୍ୟ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଇଭିଏମ୍ ତ୍ରୁଟି ଯୋଗୁଁ ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୧୨୯, ସୁନ୍ଦରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୨୧୩ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର ୨୧୦ ଏବଂ ୨୨୨ ବୁଥ ଏହାଦ୍ୱାରା ପ୍ରଭାବିତ ହୋଇଛି । ସେହିପରି ବରଗଡ଼ର ବୁଥ ନଂ ୬୮ ଏବଂ ଅତାବିରାର ବୁଥ ନଂ ୨୩୫ ନଂ ବୁଥରେ ସାନି ମତଦାନ ହେବ ବୋଲି ସିଇଓ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଚାରୋଟି ବୁଥରେ ଇଭିଏମ ସହ ଭିଭିପାଟ ସଂଯୋଗରେ କୌଣସି ତ୍ରୁଟି ନଥିଲା ବରଂ ନିର୍ବାଚନୀ ଦାୟିତ୍ୱରେ ଥିବା ମାନବୀୟ ତ୍ରୁଟି ଥିଲା । ଏହି ବୁଥ ଗୁଡିକରେ ହୋଇଥିବା ତ୍ରୁଟିରେ ଜଡିତ ଥିବା ଅଧିକାରୀଙ୍କ ବିରୋଧରେ ନୀୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ସିଇଓ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସବୁ ପୋଲିଂ ବୁଥରେ ସାନି ମତଦାନ କରାଯିବା ନେଇ ଇସିଆଇଙ୍କ ନିକଟକୁ ପତ୍ର ଲେଖାଯିବ ।

Leave A Reply

Your email address will not be published.