ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଶନିବାର ରାଜଧାନୀ ଭୁବନେଶ୍ୱର ସମେତ ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି।
ମଧ୍ୟମ ଝଡ଼ବର୍ଷା/ବଜ୍ରପାତ ସହିତ ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିବ। ଏଥିସହିତ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର ସମେତ) ଏବଂ ପୁରୀର କିଛି ଅଂଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଅଧିକ ପଢନ୍ତୁ:- କେରଳ ଛୁଇଁଲା ମୌସୁମୀ
ଏହି ଜିଲ୍ଲାଗୁଡ଼ିକରେ ଢିଲା/ଅସୁରକ୍ଷିତ ନିର୍ମାଣ, କଦଳୀ ଗଛ ଏବଂ ଠିଆ ଫସଲର ସାମାନ୍ୟ କ୍ଷତି ହେବ ବୋଲି ପାଣିପାଗ ସଂସ୍ଥା ସତର୍କ କରିଛି। ସେହିପରି ଲୋକମାନଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ତଦନୁସାରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।
Comments are closed.