Latest Odisha News

BREAKING NEWS

ଆଜି ପୁରୀରେ ରୋଡ ଶୋ’ କରିବେ ଅମିତ ଶାହ

ପୁରୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସି ପୁରୀରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

ଏସମ୍ପର୍କରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶ୍ରୀଯୁକ୍ତ ଶାହ ଅପରାହ୍ନ ପ୍ରାୟ ୫ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ପରେ ସେ ପୁରୀ ଅଭିମୁଖେ ଗସ୍ତ କରିବେ । ସେଠାରେ ଏକ ରୋଡ ଶୋ’ ଅନୁଷ୍ଠିତ ହେବ । ଏହି ରୋଡ ଶୋ’ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସିଂହ ଦ୍ୱାର ସମ୍ମୁଖରୁ ଆରମ୍ଭ ହୋଇ ବଳଗଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିରରେ ସମାପ୍ତ ହେବ ।

ଶ୍ରୀଯୁକ୍ତ ମହାପାତ୍ର ଆହୁରୀ ମଧ୍ୟ କହିଛନ୍ତି ଏପ୍ରିଲ୍ ୧୫ କିମ୍ବା ୧୬ ତାରିଖ ବେଳକୁ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଆୟୋଜିତ ଏକ ଜନ ସମାବେଶରେ ସମ୍ବୋଧିତ କରିବେ ।

Leave A Reply

Your email address will not be published.