Latest Odisha News

BREAKING NEWS

୩ ଘଣ୍ଟା ପାଇଁ ବର୍ଷା ସହ ବଜ୍ରପାତ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଲାଗି ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ଓ ବଜ୍ରପାତ ସତର୍କ କରାଯାଇଛି । ପାଗକୁ ଦେଖି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

୨ରୁ ୩ ଦିନ ମଧ୍ୟରେ ଉତ୍ତରପଶ୍ଚିମ ଭାରତର କିଛି ସ୍ଥାନରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବ । ଏହାପରେ ମୌସୁମୀ ବାୟୁ ଗୁଜରାଟ ସହ ମହାରାଷ୍ଟ୍ରର କିଛି ଅଞ୍ଚଳ ଏବଂ ପୂର୍ବ ଭାରତର କିଛି ସ୍ଥାନରୁ ଅପସାରଣ ହେବ । ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଚି ହୋଇଛି ।

Leave A Reply

Your email address will not be published.