ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲର ସୁପରସ୍ପେସିଆଲିଟି କୋଠାରୁ ପୁଣିଥରେ ସିଲିଂ ଜିପସମ୍ ଖସିଛି। ଶୁକ୍ରବାର ଏହି କୋଠାର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗର
ଛାତରୁ ସିଲିଂ ଖସିଛି। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ରୋଗୀ ନ ଥିଲେ। ସୂଚନା ଯୋଗ୍ୟ ଯେ, ୬ ମହଲା ବିଶିଷ୍ଠ ସୁପରସ୍ପେସିଆଲିଟି କୋଠାରେ କେବେ ନିଆଁ ଲାଗୁଛି, ତ ପୁଣି କେବେ ସିଲିଂ ଖସୁଛି। ଗତ ଡିସେମ୍ବର ୨୬ ତାରିଖରେ ଅଗ୍ନିକାଣ୍ଡ ପରେ ପଞ୍ଚମ ମହଲାରେ ଥିବା ସମସ୍ତ ବିଭାଗର ଅପରେସନ ଥିଏଟରକୁ ବନ୍ଦ କରିଦିଆଯାଇଥିଲା। ମରାମତି ପରେ ଗୁରୁବାର ପୁଣି ଥରେ ଅପରେସନ ଆରମ୍ଭ ହୋଇଥିଲା। ଏବେ ପୁଣି ଶୁକ୍ରବାର ତୃତୀୟ ମହଲାରୁ ସିଲିଂ ଖସିଛି। ଅଗ୍ନିକାଣ୍ଡ ପରେ ଯେଉଁ ଉଚ୍ଚ ସ୍ତରୀୟ କମିଟି ତଦନ୍ତ କରିଥିଲା, ସେଥିରେ ନିର୍ମାଣରେ ନିମ୍ନମାନର ନେଇ ଉଲ୍ଲେଖ ଥିଲା। ତଥାପି ୧୫୦ କୋଟି ଟଙ୍କାରେ ନିର୍ମିତ ଏହି କୋଠାର ନିର୍ମାଣକାରୀ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
BREAKING NEWS
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
- Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
- Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ
- ‘Save Democracy’: ବଡ ଘୋଷଣା କଲା ଇଣ୍ଡି ମେଣ୍ଟ, ଜିଲ୍ଲା ଜିଲ୍ଲାରେ ‘ଲୋକତନ୍ତ୍ର ବଞ୍ଜାଅ’ ଆନ୍ଦୋଳନ, ୬ରେ EC ଅଫିସ୍ ଘେରିବେ ବିରୋଧୀ ସାଂସଦ
- ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍
- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ରୋଷେୟାକୁ ଗିରଫ କଲା ପୋଲିସ
- Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ସହକାରୀ ନିର୍ଦ୍ଦେଶକଙ୍କ ରହିଛି ୪ କୋଠା, ୩୦ ପ୍ଲଟ…

Comments are closed.