ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲର ସୁପରସ୍ପେସିଆଲିଟି କୋଠାରୁ ପୁଣିଥରେ ସିଲିଂ ଜିପସମ୍ ଖସିଛି। ଶୁକ୍ରବାର ଏହି କୋଠାର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗର
ଛାତରୁ ସିଲିଂ ଖସିଛି। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ରୋଗୀ ନ ଥିଲେ। ସୂଚନା ଯୋଗ୍ୟ ଯେ, ୬ ମହଲା ବିଶିଷ୍ଠ ସୁପରସ୍ପେସିଆଲିଟି କୋଠାରେ କେବେ ନିଆଁ ଲାଗୁଛି, ତ ପୁଣି କେବେ ସିଲିଂ ଖସୁଛି। ଗତ ଡିସେମ୍ବର ୨୬ ତାରିଖରେ ଅଗ୍ନିକାଣ୍ଡ ପରେ ପଞ୍ଚମ ମହଲାରେ ଥିବା ସମସ୍ତ ବିଭାଗର ଅପରେସନ ଥିଏଟରକୁ ବନ୍ଦ କରିଦିଆଯାଇଥିଲା। ମରାମତି ପରେ ଗୁରୁବାର ପୁଣି ଥରେ ଅପରେସନ ଆରମ୍ଭ ହୋଇଥିଲା। ଏବେ ପୁଣି ଶୁକ୍ରବାର ତୃତୀୟ ମହଲାରୁ ସିଲିଂ ଖସିଛି। ଅଗ୍ନିକାଣ୍ଡ ପରେ ଯେଉଁ ଉଚ୍ଚ ସ୍ତରୀୟ କମିଟି ତଦନ୍ତ କରିଥିଲା, ସେଥିରେ ନିର୍ମାଣରେ ନିମ୍ନମାନର ନେଇ ଉଲ୍ଲେଖ ଥିଲା। ତଥାପି ୧୫୦ କୋଟି ଟଙ୍କାରେ ନିର୍ମିତ ଏହି କୋଠାର ନିର୍ମାଣକାରୀ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
BREAKING NEWS
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା

Comments are closed.