Latest Odisha News

BREAKING NEWS

କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ଜାରି କଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବର୍ଷା । ୬ ତାରିଖ ସକାଳ ୮ଟା ୩୦ ଯାଏ ୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି ।

୯ ତାରିଖ ସକାଳ ୮ଟା ୩୦ରୁ ୧୦ ତାରିଖ ସକାଳ ୮ଟା ୩୦ ମଧ୍ୟରେ ୯ଗୋଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି, ଗଞ୍ଜାମ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି ଘଟିବ ନାହିଁ । ୬ରୁ ୮ ତାରିଖ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟି ପୁଣି ୨ରୁ ୩ ଡିଗ୍ରୀ ଯାଏ ଖସିବ । ପାଣିପାଗ ବିଭାଗର ବୁଲେଟିନ୍ ଅନୁଯାୟୀ ସ୍ୱତନ୍ତ୍ର ରିଲିଫ୍ କମିଶନର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଚିଠି କରିଛନ୍ତି ।

Leave A Reply

Your email address will not be published.