Latest Odisha News

BREAKING NEWS

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ବାଙ୍ଗାଲୋର : ସର୍ବପୁରାତନ ଓଡ଼ିଆ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସଂଘ ( ଓସିଏ) ତରଫରୁ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ ଭିଡ଼ିଓ କନଫରେନସିଂ ଜରିଆରେ ଓସିଏର ସଭାପତି ଡ. ସୌଦାମିନୀ ମହାପାତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେବାଙ୍ଗାଲୋରର ସାଂସଦ ପି. ସି. ମୋହନ ଓଡ଼ିଶାର ମହତ୍ତ୍ୱ ଏବଂ ଓଡ଼ିଆଙ୍କ ମହାନତା ବିଷୟରେ ଆଲୋଚନା କରିଥିଲେ।

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା କୁନା ତ୍ରିପାଠୀ , ତାରା ପ୍ରସାଦ ମହାପାତ୍ର, ରାଜ୍ୟ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ସୀତିକଣ୍ଠ ଷଡ଼ଙ୍ଗୀ ପ୍ରମୁଖ ଏହି ଭରଚୁଆଲ ସଭାରେ ଉପସ୍ଥିତ ଥିଲେ।

ଓସିଏ ସଦସ୍ୟ ସୁବ୍ରତ ସାହୁ ଏହି ସଭାର ସଞ୍ଚାଳନ ଦାୟିତ୍ୱ ନେଇଥିବା ବେଳେ ସୋନାଲିକା ମିଶ୍ର ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୫ ଟି ଓଡ଼ିଶୀ , ସମ୍ବଲପୁରୀ ତଥା ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.