Latest Odisha News

BREAKING NEWS

Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା

ଭୁବନେଶ୍ୱର: ରାଜ୍ୟରେ କମୁନି କାଳବୈଶାଖୀ କୋପ। ଆଜି ୨୦ ଜିଲ୍ଲାକୁ ଝଡବର୍ଷା ସହ ବିଜୁଳି ଘଡଘଡି ଚେତାବନୀ। ଆସନ୍ତା ସପ୍ତାହେ ଯାଏ ଏଭଳି ସ୍ଥିତି ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ବିଜୁଳି ଘଡ଼ଘଡ଼ି ପାଇଁ ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଝଡ ବର୍ଷା ପବନ ସହ କୁଆ ପଥର ବର୍ଷାହେବାର ସମ୍ଭାବନା ରହିଛି । ଏଥିସହ ବିଜୁଳି ଘଡ଼ଘଡ଼ି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ୧୦ ତାରିଖ ଯାଏ କାଳବୈଶାଖୀ ଆଶଙ୍କା ରହିଛି ।

ସୂଚନାଯୋଗ୍ୟ, ରାଜ୍ୟର ତାପମାତ୍ରାରେ ଆସିଥିଲା ପରିବର୍ତ୍ତନ । ୨ ରୁ ୩ ଡିଗ୍ରୀ କମିବ ତାପମାତ୍ରା । ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିଲା । ବର୍ଷା ବେଳେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସୂଚନା ଥିଲା । ଏମିତି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡିଦେଲେ, ଉତ୍ତର ଓଡିଶା, ଦକ୍ଷିଣ ଓଡିଶା ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ଆଗାମୀ ଦୁଇ ଘଣ୍ଟା ପାଇଁ ବରଗଡ଼ ଓ ନୂଆପଡ଼ା ଜିଲ୍ଲା କୁ ରହିଥିଲା ୟେଲୋ ସତର୍କତା । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଆଶଂକା ରହିଥିଲା ।

Leave A Reply

Your email address will not be published.