Latest Odisha News

BREAKING NEWS

ଯାଜପୁରରେ ଭୋଟ୍ ବେଳେ କୋରେଇ ବିଡିଓଙ୍କୁ ଆକ୍ରମଣ, ୪ଟି ବୁଥରେ ମତଦାନ ବନ୍ଦ

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁରରେ ପୁଣି ଉତ୍ତେଜନା । ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡ଼ିଓ ରଞ୍ଜନ ପରିଡ଼ାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି । କୋରେଇ ବ୍ଲକରେ ୪ଟି ବୁଥରେ ବନ୍ଦ ରହିଛି ମତଦାନ ।

ମତଦାନ କେନ୍ଦ୍ର ଆଗରେ କୋରେଇ ବିଡିଓଙ୍କୁ ଠେଲାପେଲା କରିଛନ୍ତି ଦୁର୍ବୃତ୍ତ । ବୁଥ୍ ଜବରଦଖଲ ଉଦ୍ୟମ ଖବର ପାଇ ବିଡିଓ ପହଞ୍ଚିବାରୁ ତାଙ୍କୁ ଠେଲାପେଲା କରିଥିଲେ । ଗଣ୍ଡଗୋଳ ପରେ ୮,୯, ୧୦ ଓ ୧୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି ।

ଉତ୍ୟକ୍ତ ଲୋକଙ୍କୁ ଭୋଟଗ୍ରହଣ କେନ୍ଦ୍ରରୁ ବାହାର କରି ଦେଇଛି ପୋଲିସ । ଏଥିସହ ମତଦାନ କେନ୍ଦ୍ରର ମେନ୍ ଗେଟକୁ ବନ୍ଦ କରି ଦିଆଯାଇଛି । ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି ।

Comments are closed, but trackbacks and pingbacks are open.