Latest Odisha News

ବାଇକ୍ ଚାଳକଙ୍କୁ ମାଡ଼ି ବସିଲା ବାଘ

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁରରେ ବାଘ ଆତଙ୍କ । ଗତ ରାତିରେ ବାଇକ ଯୋଗେ ଯାଉଥିବା ଜଣେ ଶ୍ରମିକଙ୍କୁ ହଠାତ୍ ଗୋଟିଏ ବାଘ ଆକ୍ରମଣ କରିଥିଲା । ବାଇକ୍ ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ ।

ସେହି ରାସ୍ତା ଦେଇ ଯାଉଥିବା ଅନ୍ୟଲୋକମାନେ ଘଟଣା ଦେଖିଲା ପରେ ବାଘ ଉପରକୁ ପଥରମାଡ଼ କରିଥିଲେ । ଲୋକଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସିଥିଲେ । ହେଲେ ସେତେବେଳେକୁ ବାଘ ଜଙ୍ଗଲ ଭିତରକୁ ପଳାଇଥିଲା । ଏହି ଘଟଣାଟି ପଶ୍ଚିମ କୋଲ୍ ଫିଲ୍ଡ ପଦ୍ମପୁର କୋଇଲା ଖଣି ନିକଟରେ ଘଟିଥିଲା ।

ଏହି ଘଟଣାପରେ ସେହି ରାସ୍ତରେ ଯାଉଥିବା ଲୋକଙ୍କ ମଧ୍ୟରେ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

Comments are closed.