Tiger Census: ଡେବ୍ରିଗଡ଼ ଅଭୟାରଣ୍ୟରେ ବ୍ୟାଘ୍ର ଗଣନା ଆରମ୍ଭ, ସାମିଲ ହେବେ ବିଭିନ୍ନ ଶିକ୍ଷାନୁଷ୍ଠାନର ୪୬ ଜଣ ଛାତ୍ରଛାତ୍ରୀ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟରେ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା । ଆସନ୍ତାକାଲିର ବନ୍ୟପ୍ରାଣୀ ପାଇଁ ଆଜିର ସଂରକ୍ଷଣ ବାର୍ତ୍ତା ନେଇ ଡିଭିଜନ ପକ୍ଷରୁ ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀ ଓ ଯୁବକ ମାନଙ୍କୁ ସାମିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ।
ଏହି ପ୍ରକ୍ରିୟା ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ବନ୍ୟପ୍ରାଣୀଙ୍କ ସଙ୍କେତ, ପାଦଚିହ୍ନ ଓ ପାପୁଲି ଚିହ୍ନ ପ୍ରଭୃତି ତଥ୍ୟ ବାବଦରେ ସେମାନଙ୍କ ଦକ୍ଷତା ବୃଦ୍ଧି ଗଣନା ଗୋଷ୍ଠୀ କରାଯିବ । ସମୁଦାୟ ୨୬ଟି ଗଣନା ପାଈଁ ଗୋଷ୍ଠୀ କରାଯାଇଛି । ଏଥିରେ ବନବିଭାଗର ୮୦ଜଣ କର୍ମଚାରୀ ଓ ଅଧିକାରୀ ସାମିଲ ରହିବେ। ଏଥିସହ ୧୦୭ଟି ଟ୍ରାଫ୍ କ୍ୟାମେରା ୨ବର୍ଗକିଲୋମିଟରକୁ ନିରୀକ୍ଷଣ କରିବ ।
ବୋଲି ସୂଚନା ରହିଛି । ମହାବିଦ୍ୟାଳୟ ଓ ହାଇସ୍କୁଲର ୪୬ଜଣ ଛାତ୍ରଛାତ୍ରୀଙ୍କୁ ଏହି ଗଣନାରେ ସାମିଲ କରାଯାଇଛି । ୪୬ଜଣ ଛାତ୍ରଛାତ୍ରୀଙ୍କୁ ‘ଆମ୍ବାସେଡର ଅଫ୍ ଡେବ୍ରିଗଡ଼’ ଆଖ୍ୟା ମଧ୍ୟ ଦିଆଯାଇଛି ।
୨୦୨୩ରେ ପ୍ରାକ୍ ମୌସୁମୀ ଗଣନା ବେଳେ ଏହି ଅଭୟାରଣ୍ୟରେ ୮୨ଟି କଲରାପତରିଆ ବାଘ ଥୂବା ଜଣାପଡ଼ିଥିଲା। ଗତ ମେ ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଗଣନାରେ ୨୧୫ ଶାବକଙ୍କ ସମେତ ୭୮୮ଟି ଗଛ ଗୟଳ ଥୂବା ଜଣାପଡ଼ିଥିଲା । ସେହିପରି, ୨୦୨୨ରେ ଡେବ୍ରିଗଡ଼ରେ ସର୍ବଭାରତୀୟ ବ୍ୟାଘ୍ର ଗଣନା କରାଯାଇଥିଲା। ବର୍ଗ କିଲୋମିଟର ପିଛା ୩୦ଟି ସମ୍ବର, ୪୫ଟି ଗୟଳ, ୬୫ଟି ବାରହା ଚିହ୍ନଟ କରାଯାଇଥିଲା ।
Comments are closed.