Latest Odisha News

ବାଂଲାଦେଶ ପୋଲିସକୁ ବଡ ସଫଳତା: ୭୦ ବାଘଙ୍କୁ ମାରିଥିବା କୁଖ୍ୟାତ ଶିକାରୀ ଟାଇଗର ହବିବ ଗିରଫ

ଢ଼ାକା: ବାଂଲାଦେଶ ପୋଲିସକୁ ବୁଧବାର ବଡ ସଫଳତା ହାତ ଲାଗିଛି । ୭୦ ବାଘଙ୍କୁ ହତ୍ୟା କରିଥିବା କୁଖ୍ୟାତ ଶିକାରୀ ଟାଇଗର ହବିବଙ୍କୁ ଗିରଫ କରିଛି । ଏହି ଚତୁର ଶିକାରୀ ପ୍ରତ୍ୟେକ ଥର ପୋଲିସ ପଂହଚିବା ପୂର୍ବରୁ ଖସି ଯାଇଥାଏ । ହବିବ ତାଲୁକଦାର ନାମକ ଏହି ଅପରାଧୀ ବାଘଙ୍କୁ ମାରି ବ୍ଲାକ ମାର୍କେଟରେ ଏହାର ଚମଡା, ଦାନ୍ତ ଅନ୍ୟ ପଦାର୍ଥ ବିକ୍ରି କରିଥାଏ ।

BjdElectrycity

ବାଘ ମାରୁଥିବାରୁ ଟାଇଗର ହବିବ ଭାବେ ସେ କୁଖ୍ୟାତ ଥିଲା । ଏହାର ଚେର ଚୀନ ପର୍ଯ୍ୟନ୍ତ ଲମ୍ବିଥିଲା । ସୁନ୍ଦରବନରେ ବେଙ୍ଗଲ ଟାଇଗର ସଂଖ୍ୟା କମିବା ପଛରେ ଏହି ଶିକାରୀର ବହୁତ ବଡ ହାତ ଥିଲା । ବାଂଲାଦେଶ ଫରେଷ୍ଟ ଅଫିସର ମୋଇନୁଦ୍ଦିନ ଆଲମ କହିଛନ୍ତି ସେ ଆମ ପାଇଁ ସବୁବେଳେ ଚିନ୍ତାର କାରଣ ଥିଲା ।

Leave A Reply

Your email address will not be published.