Latest Odisha News

୮୪ ସେକେଣ୍ଡରେ ୮୪ଟି ସେରାମିକ୍ ଟାଇଲ୍ ଭାଙ୍ଗି ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ୧୩ ବର୍ଷିୟା ବାଳିକା

ହାଇଦ୍ରାବାଦ: ସୋମବାର ହାଇଦ୍ରାବାଦର ଜଣେ ୧୩ ବର୍ଷର ବାଳିକା ୮୪ ସେକେଣ୍ଡରେ ୮୪ଟି ସେରାମିକ୍ ଟାଇଲ୍ ଭାଙ୍ଗି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ପ୍ରତିବର୍ଷ ଜୁନ୍ ୨ ରେ ପାଳନ କରାଯାଉଥିବା ତେଲେଙ୍ଗାନା ଗଠନ ଦିବସ ଅବସରରେ କରାଟେ ବ୍ଲାକ୍ ବେଲ୍ଟ ଧାରକ ଗାନା ସନ୍ଥୋସିନ୍ ରେଡ୍ଡି କହିଛନ୍ତି ଯେ ତେଲେଙ୍ଗାନା ଗଠନ ଦିବସ ଅବସରରେ ସେ ୮୪ ସେକେଣ୍ଡରେ ୮୪ଟି ସେରାମିକ୍‌ ଟାଇଲ୍‌ ଭାଙ୍ଗବା ଲାଗି ନିଷ୍ପତ୍ତି ନେଇଥିଲେ। ୨୦୧୪ ଜୁନ୍‌ ୨ରେ ତେଲେଙ୍ଗାନା ଗଠନ ହୋଇଥିଲା।

ସେ କହିଛନ୍ତି ଯେ, “ତେଲେଙ୍ଗାନା ଗଠନ ହେବାର ୮୪ ମାସ ବିତିଯାଇଥିବାରୁ ମୁଁ ୨୦୨୧ ମସିହା ମେ ୩୧ ରେ ୮୪ ସେକେଣ୍ଡରେ ୮୪ ଟି ସେରାମିକ ଟାଇଲ ଭାଙ୍ଗି ଏକ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି।

ଏଥିପାଇଁ ସେ ୫ରୁ ୬ ମାସ ପର୍ଯ୍ୟନ୍ତ ଦୈନିକ ଏ ନେଇ ଅଭ୍ୟାସ କରୁଥିଲେ। ସନ୍ଥୋସିନି ଅନେକ ରେକର୍ଡ ମଧ୍ୟ ହାସଲ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କରାଟେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ମହିଳା ସଶକ୍ତିକରଣରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ତାଙ୍କ ପିତା ଜଣେ କରାଟେ ମାଷ୍ଟର ଅଛନ୍ତି ଏବଂ ହାଇଦ୍ରାବାଦରେ ଏକ କରାଟେ ଏକାଡେମୀ ମଧ୍ୟ ଚଳାଉଛନ୍ତି।

Leave A Reply

Your email address will not be published.