Latest Odisha News

BREAKING NEWS

ଲୋକପ୍ରିୟ ସୋ ‘ଇଣ୍ଡିଆସ୍‌ ବେଷ୍ଟ୍‌ ଡ୍ୟାନ୍‌ସର୍‌’ର ବିଜେତା ହେଲେ ଏଚ୍‌ଡି ପପ୍‌ର ଟାଇଗର୍‌ ପପ୍‌

ନୂଆଦିଲ୍ଲୀ: ଗୁରୁଗ୍ରାମର ଅଜୟ ସିଂ ଓରଫ୍‌ ଟାଇଗର ପପ୍ ଲୋକପ୍ରିୟ ରିଆଲିଟି ସୋ ଇଣ୍ଡିଆସ୍‌ ବେଷ୍ଟ୍‌ ଡ୍ୟାନ୍‌ସର୍‌ ସୋ’ର ଟାଇଟଲ୍ ଜିତିଛନ୍ତି। ସୋ’ର ଗ୍ରାଣ୍ଡ ଫାଇନାଲ୍ ୨୨ ନଭେମ୍ବର ରବିବାର ଦିନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଟାଇଗର ବାକି ଫାଇନାଲିଷ୍ଟମାନଙ୍କୁ ପଛରେ ପକାଇ ଏହି ଟ୍ରଫିକୁ ନିଜ ନାଁରେ କରିଛନ୍ତି। ଏହା ସହିତ ତାଙ୍କୁ ୧୫ ଲକ୍ଷ ପୁରସ୍କାର ରାଶି ଏବଂ ପୁରସ୍କାର ଭାବରେ ଏକ ଏସୟୁଭି ମଧ୍ୟ ମିଳିଛି। ଏହାସହିତ ଟାଇଗରଙ୍କ କୋରିଓଗ୍ରାଫର୍‌ ବର୍ତ୍ତିକା ଝାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‌ ଦିଆଯାଇଛି।

ଫାଇନାଲରେ ଟାଇଗର ଅନ୍ୟ ଚାରିଜଣ ଫାଇନାଲିଷ୍ଟ ମୁକୁଲ ଜେନା, ସୁବ୍ରାନିଲ ପାଲ, ଶ୍ୱେତା ୱାରିଅର୍ ଏବଂ ପାରାମଦୀପଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ପ୍ରତିଯୋଗିତାରେ ମୁକୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ଶ୍ୱେତା ତୃତୀୟ ସ୍ଥାନ ହାସଲ କରିଛନ୍ତି। ସୋ’ର ବିଜେତା ଟାଇଗର ପପ୍ ବିଷୟରେ କହିବାକୁ ଗଲେ ସେ ଗୁରୁଗ୍ରାମରେ ରୁହନ୍ତି। ତେବେ ସେ ତାଙ୍କ ସଫଳତାର ସମସ୍ତ ଶ୍ରେୟ ତାଙ୍କ ମାଙ୍କୁ ଦେଇଛନ୍ତି।

Leave A Reply

Your email address will not be published.