Latest Odisha News

କାଳ ହେଲା ପ୍ରେମ; ଝିଅକୁ ହାଣି ଖଣ୍ଡ ଖଣ୍ଡ କରିଦେଲେ ପରିବାର ଲୋକ !

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ସ୍ଥାନୀୟ ବିଜୟନଗର ଗ୍ରାମର ମମତା ରାଉତ ଗତକାଲି ରାତିରେ ଖାଇପିଇ ପରିବାର ଲୋକଙ୍କ ସହ ଶୋଇଥିଲେ।

ମାତ୍ର ଆଜି ସକାଳୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ପ୍ରହ୍ଲାଦ ରାଉତ ଗଣିଆ ଥାନାରେ ଅଭିଯୋଗ କରିଛନ୍ତି। ବାପାଙ୍କ ଅଭିଯୋଗ ଅନୁସାରେ ଝିଅ ମମତାଙ୍କ ମୁଣ୍ଡକୁ କଟୁରିରେ ଏକାଧିକ ବାର ଚୋଟ ମରାଯାଇ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।

ରାତିରେ ପରିବାରବର୍ଗଙ୍କ ସହ ମମତା ଶୋଇଥିବା ବେଳେ ତାଙ୍କର ଏଭଳି ବିଭତ୍ସ ମୃତ୍ୟୁ ସମ୍ପର୍କରେ ପରିବାର ଲୋକେ କିଭଳି ଜାଣି ପାରିଲେ ନାହିଁ ସେନେଇ ସନ୍ଦେହ ପ୍ରକାଶ ପାଇଛି।

ଅନ୍ୟପଟେ ମମତାଙ୍କର ଜଣେ ଯୁବକଙ୍କ ସହିତ ଅନେକ ଦିନ ହେବ ପ୍ରେମ ସମ୍ପର୍କ ରହିଥିବା ବେଳେ, ପରିବାର ଲୋକ ଏହାକୁ ବିରୋଧ କରୁଥିବ ସ୍ଥାନୀୟ ଲୋକଙ୍କ ଠାରୁ ପୋଲିସକୁ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଏହି ହତ୍ୟାକାଣ୍ଡ ପଛରେ ପରିବାର ଲୋକଙ୍କ ସଂପୃକ୍ତି ରହିଥିବା ନେଇ ସନ୍ଦେହ ବଢୁଛି।

ଗଣିଆ ଥାନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.