Latest Odisha News

BREAKING NEWS

ଗାଁରେ ବୁଲୁଛି ମହାବଳ ବାଘ, ଗୃହପାଳିତ ପଶୁଙ୍କୁ କରୁଛି ଶିକାର

ବ୍ରହ୍ମପୁର: ଗାଁରେ ବୁଲୁଛି ମହାବଳ ବାଘ। ଗୃହପାଳିତ ପଶୁଙ୍କୁ କରୁଛି ଶିକାର। କ୍ୟାମେରାରେ କଏଦ ହେଲା ଦୃଶ୍ୟ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁରେ ମହାବଳ ବାଘ ବୁଲୁଥିବା ନଜର ଆସିଛି। ଗଜପତି ଜିଲ୍ଲା ଢେପାଗୁଡା ପଂଚାୟତ କୃଷ୍ଣପୁର ଗାଁ ନିକଟରେ ଗାଈକୁ ବାଘ ମାରି ଖାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ତେବେ ମହାବଳ ବାଘର ପାଦ ଚିହ୍ନ ଚିହ୍ନଟ ହୋଇଛି। ଏହା ମହାବଳ ବାଘର ପାଦ ଚିହ୍ନ ବୋଲି ବନ ବିଭାଗ ଅନୁମାନ କରୁଛି। ଚନ୍ଦ୍ରଗିରି ରେଞ୍ଜର, ଫରେଷ୍ଟର ଓ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ବାଘ ଯାଇଥିବା ସ୍ଥାନ ବୁଲି ଦେଖିଛନ୍ତି। ବାଘକୁ ଟ୍ରାକ୍ କରିବାକୁ ୩ଟି ଟ୍ରାପ କ୍ୟାମେରା ଲଗାଯାଇଛି।

ଏହାସହ ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ରେଞ୍ଜର ଅଫିସର, ଷ୍ଟାଫ ଜଗି ରହିଛନ୍ତି। ପାଦ ଚିହ୍ନକୁ ଠାବ କରି ବାଘକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତିନୋଟି ଟିମ୍ ଗଠନ ହୋଇଥିବା ବ୍ରହ୍ମପୁର ଫରେଷ୍ଟ୍ ଡିଭିଜନ୍‌ର ଡ଼ିଏଫଓ ସନି ଖୋଖାର୍ ସୂଚନା ଦେଇଛନ୍ତି। ତେବେ ଲାଗିଥିବା ୩ଟି କ୍ୟାମେରାରେ କଏଦ ହୋଇଛି କି ନାହିଁ ପରେ ସ୍ପଷ୍ଟ ହେବ। ଏବେବି ଲୋକେ ଭୟଭୀତ ଅଛନ୍ତି। ସଂଧା ୬ଟାରୁ ସକାଳ ୬ଟା ଯାଏ ଲୋକମାନଙ୍କୁ ଘରୁ ନବାହାରିବାକୁ ନିବେଦନ କରାଯାଇଛି ।

 

Comments are closed.