Latest Odisha News

BREAKING NEWS

ରାଜଧାନୀରୁ ଜବତ ହେଲା ବାଘ ଛାଲ; ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଚାଲିଛି ବେଧଡକ ବାଘଛାଲ ବେପାର । ସୋମବାର ଦିନ କ୍ରାଇମବ୍ରାଞ୍ଚର STF ଟିମ୍‌ ରାଜଧାନୀରୁ ବାଘଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ହେଉଛି ପ୍ରଶାନ୍ତ ନାଏକ। ପ୍ରଶାନ୍ତଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି ।

BjdElectrycity

ପ୍ରାପ୍ତ ସୂଚନାନୁସାରେ, ରାଜଧାନୀରେ ବାଘ ଛାଲ ବିକ୍ରି ପାଇ ଯୋଜନା କରାଯାଉଥିବା ବେଳେ ଖବର ପାଇ ପୋଲିସ ଚଢାଉ କରିଥିଲା । କ୍ରାଇମବ୍ରାଞ୍ଚର STF ଟିମ ବରମୁଣ୍ଡାର ଏକ ଅଞ୍ଚଳରେ ଚଢାଉ କରି ବାଘଛାଲ ସହ ଜଣଙ୍କୁ ଗିରଫ କରିଥିବା ସୂଚନା ରାହିଛି।

ଗିରଫ ବ୍ୟକ୍ତି ଜଣଙ୍କ କିପରି ଭୁବେନେଶ୍ୱରେ ଏପରି କାରବାର କରୁଥିଲେ, ଏବଂ ତାଙ୍କ ସହିତ ଆଉ କିଏ କିଏ ଜଡିତ ଅଛନ୍ତି ସେନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର STF ଟିମ୍‌ ।

Leave A Reply

Your email address will not be published.