Latest Odisha News

ଆଜି ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ନାଗାର୍ଜୁନ ବେଶ ନେଇ ହେବ ଆଲୋଚନା

ପୁରୀ: ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ । ଆସନ୍ତା ୨୭ ତାରିଖରେ ମହପ୍ରଭୁଙ୍କ ନାଗାର୍ଜୁନ ବେଶ ରହିଛି ।

କୋଭିଡ କଟକଣା ଯୋଗୁ ଚଳିତବର୍ଷ ପତିତପାବନଙ୍କୁ ଭକ୍ତ ଦର୍ଶନ କରିପାରିବେ କି ନାହିଁ ସେନେଇ ପରିଚାଳନା କମିଟି ବୈଠକରେ ବିଚାରବିମର୍ଶ କରି ନିଷ୍ପତ୍ତି ନିଆଯିବ । ଏହାସହ ଶ୍ରୀମନ୍ଦିର ଦ୍ୱାରକୁ ରୂପା ଛାଉଣି କରିବା ନେଇ ବି ହୋଇପାରେ ଆଲୋଚନା । ସେହିପରି ଆଜିର ବୈଠକରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେସମ୍ପର୍କରେ ବି ପରିଚାଳନା କମିଟି ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.