ମୁମ୍ବାଇ: ବିକାଶ ବେହଲଙ୍କ ଗଣପତ ଫିଲ୍ମରେ ଟାଇଗର ଶ୍ରଫ ଅଭନିୟ କରିବେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଆକ୍ସନ ଫିଲ୍ମ । ଏଥିରେ ଫାଇଟମାଷ୍ଟର ପିତାଙ୍କ ହତ୍ୟାର ପ୍ରତିଶୋଧ ସେ ନେଉଥିବା ଦେଖିବାକୁ ମିଳିବ । ଏହି ଆକ୍ସନ ଫିଲ୍ମ ପାଇଁ ଅବଶ୍ୟ ହିରୋଇନ ଚୂଡାନ୍ତ ହୋଇ ନାହିଁ । ୪ ଦିନ ପୂର୍ବେ ଏ ନେଇ ଟାଇଗର ଅୟୋଜିତ ଟ୍ରାଏଲ ସେଶନରେ ଯୋଗ ଦେଇଥିଲେ ।
ଫେବୃୟାରୀରୁ ଏହାର ଶୁଟିଂ ଆରମ୍ଭ ହେବ । ସବୁଠାରୁ ମଜା କଥା ଟାଇଗରଙ୍କ ପିତା ତଥା ଫାଇଟ ମାଷ୍ଟରଙ୍କ ନାମ ଗୋପନ ରଖାଯାଇଛି । ସେହିପରି ବିକାଶ ତାଙ୍କର ଆଗାମୀ ଫିଲ୍ମ ଡେଡଲୀର ଶୁଟିଂ ମାର୍ଚ୍ଚରୁ ଆରମ୍ଭ କରିବେ । ଏହି ଇମୋଶନାଲ ଫିଲ୍ମରେ ଅମିତାଭ ବଚ୍ଚନ ଓ ରଶ୍ମିକା ମନ୍ଦନା ବାପା ଏବଂ ଝିଅ ଭୂମିକାରେ ଅବତୀର୍ଣ୍ଣ ହେବେ ।
Comments are closed.