ବାରିପଦା; ବଡ଼ ଏନ୍କ୍ଲୋଜରକୁ ସ୍ଥାନାନ୍ତର ହେବ ବାଘୁଣି ଜିନତ୍ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା । ଜିନତ୍ ଏବେ ଶିମିଳିପାଳରେ ୧ ହେକ୍ଟରର ସଫ୍ଟ ଏନକ୍ଲୋଜରରେ ଅଛି । ସ୍ଥାନାନ୍ତର ପାଇଁ ୮-୯ ହେକ୍ଟରର ବଡ଼ ଏନକ୍ଲୋଜର ତିଆରି କରାଯାଇଛି । ଜିନତ୍କୁ ଏବେ ବଡ଼ ଏନ୍କ୍ଲୋଜରରେ ଛଡାଯିବ । ସେଠାରେ ଜିନତର ବ୍ୟବହାରରେ ପରିବର୍ତ୍ତନ ଆସିଲେ ତାକୁ ଜଙ୍ଗଲକୁ ଛଡ଼ାଯିବ । ସେଥିପାଇଁ ଜିନତ୍ ଗତିବିଧିକୁ ବନ ବିଭାଗ ମନିଟର୍ କରୁଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା। ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନ୍ନତ’। ୧୫ ତାରିଖରେ ବାଘୁଣୀକୁ ଏନକ୍ଲୋଜରରୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା। ମାତ୍ର କେଇଟା ଦିନ ପରେ ଝାଡଖଣ୍ଡ ପଳାଇଥିଲା ଜିନତ୍ । ୨୫ ଦିନ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏକାଧିକ ଜଙ୍ଗଲରେ ଆତଙ୍କ ଖେଳାଇବା ପରେ ବାଂକୁଡ଼ା ଜଙ୍ଗଲରେ ତାକୁ ଟ୍ରାଙ୍କୁଲାଇଜ୍ କରି ପୁଣି ଥରେ ଓଡିଶା ଫେରାଇ ଆଣିଥିଲା ବନ ବିଭାଗ ।
Comments are closed.