ପିଲିବିଟ୍: ଧୀରେଧିରେ ମରିଯାଉଛି ମାନବିକତା । କିଛିଦିନ ତଳେ ଏକ ଗର୍ଭଣି ହାତୀକୁ ଖାଦ୍ୟରେ ବିସ୍ଫୋଟକ ଦେଇ ହତ୍ୟା କରାଯାଇଥିବା ବେଳେ ଏବେ ସମ୍ନାକୁ ଆସିଛି ଆଉ ଏକ ହୃଦୟ ବିଦାରକ ଘଟଣା। ଗୋଟିଏ ବାଘୁଣୀକୁ କିଛି ଲୋକ ପିଟି ପିଟି ମାରିଦେଇଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରର ଭାଇରଲ ହେଉଛି।
ଉତ୍ତରପ୍ରଦେଶର ପିଲିବିଟ୍ ଜିଲ୍ଲାରୁ ଭାଇରଲ ହୋଇଥିବା ଏହି ଦୁଇ ମିନିଟର ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବାଘୁଣୀକୁ ଲୋକମାନେ ବାଡ଼ିରେ ପିଟିପିଟି ହତ୍ୟା କରିଛନ୍ତି ।ଉତ୍ତରପ୍ରଦେଶର ରାଜଧାନୀ ଠାରୁ ପ୍ରାୟ ୨୪୦ କିଲୋମିଟର ଦୂରରେ ଥିବା ପିଲିବିଟ୍ ଜିଲ୍ଲାର ଏକ ବାଘ ସଂରକ୍ଷଣ ଅଧୀନରେ ଏହି ଘଟଣା ଘଟିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବାଘୁଣୀଟି ସେହିଦିନ ସକାଳେ ଜଣେ ଗ୍ରାମବାସୀଙ୍କୁ ଆକ୍ରମଣ କରି ଆହତ କରିଥିଲା । ଯେଉଁଥିରେ ଉତ୍ୟକ୍ତ ହୋଇ ସେମାନେ ବାଘୁଣୀଟିକୁ ଆକ୍ରମଣ କରିଥିଲେ।
ଆକ୍ରମଣ ପରେ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ବାଘୁଣୀଟିକୁ ଉଦ୍ଧାର କରିପାରି ନଥିଲେ। ବନବିଭାଗ ଅଧିକାରୀଙ୍କୁ କ୍ରୋଧିତ ଗ୍ରାମବାସୀ ଆକ୍ରମଣ କରିଥିଲେ ଏବଂ ମୃତ୍ୟୁ ନହେବା ଯାଏଁ ବଘୁଣୀଟିକୁ ଡାକ୍ତରଖାନା ନେବାକୁ ଦେଇନଥିଲେ।
ସ୍ଥାନୀୟ ଜଙ୍ଗଲ ଅଧିକାରୀ ଦେଇଥିବା ସୁଚନା ଅନୁଯାୟୀ, ଏହି ଘଟଣା ପାଇଁ ଦୋଷୀ ଚିହ୍ନଟ ହୋଇଥିବା ୩୧ ଜଣ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ପୋଷ୍ଟମର୍ଟମ ପରେ ବଘୁଣୀଟିର ଶବଦାହ କରାଯାଇଥିବା ସୂଚନା ।
Comments are closed.