Latest Odisha News

ବ୍ୟାନ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ କଲା ଟିକଟକ୍

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍‌ ‘ଟିକଟକ୍‌’ ତା’ର ପ୍ଲାଟ୍‌ଫର୍ମରୁ ଡିଲିଟ କରିଛି ୬୦ ଲକ୍ଷ ଭିଡିଓ କ୍ଲିପ୍‌ ।

ମିଳିଥିବା ସୂଚନା ଅନୁସାରେ ବ୍ୟାନ୍‌ ହୋଇଯିବା ଭୟରେ ଏହି ଚାଇନିଜ୍‌ ଆପ୍‌ ହିଂସାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଉଥିବା ଭିଡିଓଗୁଡ଼ିକୁ ତା’ର ପ୍ଲାଟ୍‌ଫର୍ମରୁ ଡିଲିଟ୍‌ କରି ଦେଇଛି।

‘ଟିକଟକ୍’ସର୍ବାଧିକ ବ୍ୟବହାରକାରୀ ଭାରତୀୟ ହୋଇଥିବା ବେଳେ ଏହି ଆପ୍‌ ଜରିଆରେ ଅଣ ଜାତୀୟବାଦ କାର୍ଯ୍ୟକଳାପ କିଛି ପରିଲକ୍ଷିତ ହେଉଥିବା ନେଇ କିଛିଦିନ ପୂର୍ବରୁ ଭାରତ ସରକାର ଏହାକୁ ଏକ ନୋଟିସ୍‌ ପଠାଇ ଥିଲେ। ଭାରତ ସରକାରଙ୍କ ନୋଟିସ ଫଳରେ ଚୀନର ଏହି କମ୍ପାନି ୬୦ ଲକ୍ଷ ଭିଡିଓକୁ ଡିଲିଟ୍‌ କରି ଦେଇଥିବା ସୂଚନା ମିଳିଛି ।

Comments are closed.