Latest Odisha News

BREAKING NEWS

ଟିକଟକ ଭିଡ଼ିଓ ହେଲା କାଳ: ଦୁର୍ଘଟଣାରେ ଗଲା ଯୁବକଙ୍କ ଜୀବନ

ବ୍ରହ୍ମପୁର: ଆଜିର ଯୁବପୀଢ଼ି ମଧ୍ୟରେ ଚାଇନିଜ ଆପ ଟିକଟିକ ପ୍ରତି ବଢୁଥିବା ଆହେତୁକ ଆକର୍ଷଣ ଦିନକୁ ଦିନ ଘାତକ ରୂପ ନେଉଛି । ଅନେକ ସମୟରେ ଟିକଟକ ଭିଡ଼ିଓ ପ୍ରସ୍ତୁତ କରୁଥିବା ଅବସରରେ ଅସାବଧାନତା ଯୋଗୁଁ ଅନେକଙ୍କ ପ୍ରାଣ ହାନି ଘଟିଥିବା ନଜିର ରହିଛି।

ସେହିଭଳି ଏକ ଘଟଣା ବୁଧବାର ଦିନ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଟିକଟକ ଭିଡ଼ିଓ ବନାଉ ଥିବା ବେଳେ ଟ୍ରକରେ ପିଟି ହୋଇ ପ୍ରାଣ ହରାଇଛନ୍ତି ଯୁବକ ।

ମୃତ ଯୁବକଙ୍କ ନାମ ଶିବଶଙ୍କର ବୋଲି ଜଣାପଡିଛି । ତାଙ୍କ ସହ ଆଉ ଜଣେ ଯୁବକ ଥିବାବେଳେ ଉଉୟ ସମ୍ପର୍କରେ ଶଳାଭିଣୋଇ ହୋଇଥିବା ଜଣାପଡିଛି ।

ବ୍ରହ୍ମପୁରସ୍ଥିତ ମା ତାରିଣୀ ମନ୍ଦିରକୁ ବୁଧବାର ଦିନ ଦୁଇ ଶଳାଭିଣୋଇ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ଘରକୁ ଫେରୁଥିବା ସମୟରେ ସେମାନେ ଚଳନ୍ତା ବାଇକରେ ଟିକଟକରେ ଭିଡିଓ କରୁଥିଲେ । ଅସାବଧାନତା ଯୋଗୁଁ ଭିଡ଼ିଓ ବନାଇବାରେ ବ୍ୟସ୍ତ ଥିବା ଦୁଇ ଯୁବକଙ୍କ ବାଇକ ଏକ ମାଲ ବୋଝେଇ ଟ୍ରକ ସହ ପିଟି ହୋଇ ଯାଇଥିଲା ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶିବଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.