Latest Odisha News

BREAKING NEWS

କରୋନା ହଟ୍ ସ୍ପଟ୍ ରାଜଧାନୀରେ ସପ୍ତାହକ ମଧ୍ୟରେ ହେବ ୫୦୦୦ ନମୁନା ପରୀକ୍ଷା: ମୁଖ୍ୟଶାସନ ସଚିବ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି । ଭୁବନେଶ୍ୱର ହଟ୍ ସ୍ପଟ୍ ହୋଇଥିବାରୁ ସପ୍ତାହକ ମଧ୍ୟରେ ୫୦୦୦ ସ୍ୱାବ ନମୁନା ପରୀକ୍ଷା କରାଯିବ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

କୋଭିଡ ୧୯କୁ ନେଇ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନମୁନା ଟେଷ୍ଟିଂ ପାଇଁ କ୍ୟାମ୍ପ କରିବାକୁ ଯୋଜନା କରାଯାଇଛି । ଭ୍ରାମ୍ୟମାଣ ମୋବାଇଲ କ୍ୟାମ୍ପ ବ୍ୟବସ୍ଥା ମଧ୍ୟ କରାଯିବ ।

ସପ୍ତାହେ ମଧ୍ୟରେ ଯେଉଁ ୫୦୦୦ ଟେଷ୍ଟ ହେବ ସେଥିରେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କଙ୍କ ନମୁନା ପରୀକ୍ଷା ନେଇ ଗୁରୁତ୍ୱ ଦିଆଯିବ । ଯେଉଁମାନଙ୍କର ଅନ୍ୟ ରାଜ୍ୟକୁ ବା ବିଦେଶ ଯିବା ନେଇ ଗସ୍ତ ବିବରଣୀ ଅଛି ସେମାନଙ୍କୁ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.