Latest Odisha News

BREAKING NEWS

ମିଳିବନି ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ, ଆଜିଠୁ ମିଳିବ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ମହାପ୍ରଭୁ ଆଡ଼ପ ମଣ୍ଡପ ବିଜେ କରିଥିଲେ । ଆଜିଠୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଲାଗି ହେବ ଷାଠିଏ ପଉଟି ଭୋଗ । ତେଣୁ ଆଜିଠାରୁ ମିଳିବ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ।

ଏବର୍ଷ କରୋନା ଯୋଗୁ ଭକ୍ତ ଦୁର୍ଲଭ ଆଡ଼ପ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇବାକୁ ଅନାଇ ବସିଛନ୍ତି । ଏହି ଆଡ଼ପ ଅବଢ଼ା ପାଇଁ ବର୍ଷ ତମାମ ଅପେକ୍ଷା କରି ରହିଥାଆନ୍ତି ଭକ୍ତ ।

ଆଡ଼ପ ଅବଢ଼ା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଧାଡ଼ିରେ ଆସି କିଭଳି ଶାନ୍ତିଶୃଙ୍ଖଳାରେ ଅଡ଼ପ ଅବଢ଼ା ନେଇପାରିବେ ସେଥିପାଇଁ ଦକ୍ଷିଣ ଓ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ସେଡ୍ ବ୍ୟବସ୍ଥା କରାଯାଇଛି । ଟୋକନ୍ ବ୍ୟବସ୍ଥା ବି କରିଛି ପ୍ରଶାସନ । ସୁଆର ମହାସୁଆର ନିଯୋଗ ଭକ୍ତଙ୍କଠାରୁ ଟଙ୍କା ନେଇ ଟୋକନ୍ ଯୋଗାଇ ଦେବେ । ଏଥିପାଇଁ ଦୁଇଟି ଦ୍ୱାରରେ ଦୁଇଟି କାଉଣ୍ଟର ବି ଖୋଲାଯାଇଛି ।

Leave A Reply

Your email address will not be published.