ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଥାର୍ଡ ଅମ୍ପାୟରଙ୍କ ଏକ ନିଷ୍ପତି ବିବାଦୀୟ ହୋଇପଡିଛି । ବକ୍ସିଂ ଡେ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ ହୋଇଯାଇଛି । ମ୍ୟାଚର ୫୫ତମ ଓଭରରେ ଟିମ୍ ପେନ୍ ରନଆଉଟ ହୋଇଥିଲେ । ଏହାର ନିଷ୍ପତି ଥାର୍ଡ ଅମ୍ପାୟରଙ୍କୁ ଦିଆଯାଇଥିଲା ।
ଟିଭି ରିପ୍ଲେରେ ସେ ଆଉଟ ଥିବା ଜଣା ପଡିଥିଲେ ମଧ୍ୟ ଥାର୍ଡ ଅମ୍ପାୟର ତାଙ୍କୁ ନଟଆଉଟ ଦେଇଥିଲେ । ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ମଧ୍ୟ ପେନ୍ ଆଉଟ ଥିବା କହିବା ପରେ ଏହା ବିବାଦୀୟ ହୋଇ ପଡିଥିଲା ।
Comments are closed.