Latest Odisha News

ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ସର୍ଚ୍ଚ ଅପରେସନ୍

କଟକ: ଧଳସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶରେଟ ପୋଲିସ । ଆଜି ଦ୍ୱିତୀୟ ଦିନରେ ଡି-ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଡିଏସ୍ ହାଉସରେ ସର୍ଚ୍ଚ ଜାରି ରହିଛି । ସା ଭାଇ ସୁଶୀଲ ଧଳସାମନ୍ତଙ୍କୁ ସାଙ୍ଗରେ ଆଣି ତାଙ୍କ ଉପସ୍ଥିତିରେ ପୋଲିସ ଖୋଳତାଡ ଚଳାଇଛି । ଗତକାଲି ଖୋଜାଖୋଜି ବେଳେ ବନ୍ଧୁକ ସମେତ ଶତାଧିକ ଗୁଳି ଜବତ ହୋଇଥିଲା ।

ଗତକାଲି ପୋଲିସକୁ ଧଳସାମନ୍ତ ଭ୍ରାତାଙ୍କ ସିକ୍ରେଟ ଚାମ୍ପରରୁ ମିଳିଥିଲା ୩ଟି ବନ୍ଧୁକ, ୧୭୦ରାଉଣ୍ଡରୁ ଅଧିକ ଗୁଳି, ୫ଟି ମାଗାଜିନ୍ ଓ ୧୦ ଲକ୍ଷରୁ ଅଧିକ ଟଙ୍କା । ଗତକାଲି ସକାଳ ୧୧ଟାରୁ ରାତି ୭ଟା ଯାଏଁ ସର୍ଚ୍ଚ ଚାଲିଥିଲା ।

ନିକଟରେ ଡିଏସ୍ ହାଉସରୁ ବିପୁଳ ବନ୍ଧୁକ ଓ ଗୁଳିଗୋଳା ମିଳିବା ପରେ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ ରିମାଣ୍ଡରେ ଆଣି ବେଆଇନ୍ ବନ୍ଧୁକ ବେପାର ସମ୍ପର୍କରେ ଖୋଳତାଡ କରୁଛି କମିଶରେଟ ପୋଲିସ ।

Leave A Reply

Your email address will not be published.