ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଇଆନ କାଠ ମାଫିଆଙ୍କ ଦୌରାତ୍ମ୍ୟ । କାଠ ଚୋରା ଚାଲାଣ ବେଳେ ଧରିଲା ବନବିଭାଗ । ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି କାଠ ମାଫିଆମାନେ । କାଠ ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀଙ୍କ ଗାଡ଼ି ଭାଙ୍ଗି ଯାଇଛି । ସେମାନଙ୍କ ଠାରୁ ଜବତ କାଠ ଓ ଗାଡିକୁ ଛଡ଼ାଇ ନେଇଥିଲେ ମାଫିଆ ।
ଖବର ମୁତାବକ, ନୀଳଗିରି ବ୍ଲକ ଶିମିଳିହୁଡା ଅଞ୍ଚଳରେ ମୂଲ୍ୟବାନ ଶାଗୁଆନ ଗଛ କାଟି ବାହାରକୁ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ଘଟଣା ସ୍ଥଳରେ ପହଞ୍ଚି ଶାଗୁଆନ ସହ ପିଅଶାଳ କାଠ ମଧ୍ୟ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ଏହା ପରେ ରେଡ୍ କରିଥିଲା ନୀଳଗିରି ବନବିଭାଗ । ଗାଡିକୁ ଜବତ ବେଳେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ ମାଫିଆ ।
ମାଫିଆଙ୍କ ଆକ୍ରମଣକରେ ସଜନାଗଡ଼ ଫରେଷ୍ଟଗାର୍ଡ ବୁଦ୍ଧିରାମ ହାଁସଦା ଆହତ ହୋଇଛନ୍ତି । କାଠ ମାଫିଆ ଆକ୍ରମଣ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।