ଶୀତ ସରିଛି ଏବେ ଆସିଛି ଖରା ଦିନ । ଆଉ ଏହି ଖରା ଦିନରେ ଅନେକ ସ୍କିନ ଆଲର୍ଜି ସମସ୍ୟା ଦେଖାଯାଏ । ଯାହାକୁ ନେଇ ଅନେକ ଲୋକ ଚିନ୍ତିତ ଥାଆନ୍ତି । ତେବେ ଏପରି ସ୍କିନ ଆଲର୍ଜିକୁ କେମିଥି ଘରୋଇ ଉପଚାର ଦ୍ୱାରା ଦୂର କରିବା ଆସନ୍ତୁ ଜାଣିବା । ଖରାଦିନେ ଝାଳ ବୋହିବା ଯୋଗୁ ବିଭିନ୍ନ ପ୍ରକାର ସ୍କିନ୍ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି ଦାଗ ଦେଖାଯାଏ ପୁଣି କାହାର ଦେହ କୁଣ୍ଡାଇ ହୁଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ କେହି କେହି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥାନ୍ତି ତ ଆଉ କିଏ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ ଆଣି ଲଗାଇଥାନ୍ତି । ଯେଉଁଥିପାଇଁ ଅନେକ ଟଙ୍କା ଖର୍ଚ୍ଚ ହୁଏ। କିନ୍ତୁ ଜାଣନ୍ତି କି, ଏମିତି କିଛି ସହଜ ଘରୋଇ ଉପାୟ ରହିଛି; ଯାହାକୁ ଟ୍ରାଏ କରି ଏହିସବୁ ସ୍କିନ୍ ଆଲର୍ଜିରୁ ସୁବିଧାରେ ମୁକ୍ତି ପାଇହେବ।
୧. ସତେଜ ଆଲୋଭେରାରୁ ଖଣ୍ଡେ ଆଣି ତା’ ଭିତରର ଲାଳ ଅଂଶକୁ କାଢି ସ୍କିନ୍ର ଯେଉଁ ଅଂଶରେ ଆଲର୍ଜି ହୋଇଛି ସେଠାରେ ଲଗାଇବେ ଓ କିଛି ସମୟ ପରେ ଧୋଇଦେବେ। ଏମିତି କିଛିଦିନ କଲେ ଦେଖିବେ ଆଲର୍ଜି ସମସ୍ୟା କମିଯିବ।
୨. ଖରାଦିନେ ସ୍କିନ୍ରେ ଦେଖାଯାଉଥିବା ଆଲର୍ଜି ସ୍ଥାନରେ ବରଫ ଖଣ୍ଡ(ସୂତା କପଡ଼ାରେ ଗୁଡ଼ାଇ)କୁ ଧୀରେ ଧୀରେ ମାଲିସ୍ କଲେ ବି କେତେକାଂଶରେ ମୁକ୍ତି ମିଳେ।
୩. ନଡ଼ିଆ ତେଲରେ କିଛି କର୍ପୂରକୁ ଗୁଣ୍ଡ କରି ପକାଇବେ। ପରେ ସେହି ମିଶ୍ରଣକୁ ପ୍ରଭାବିତ ହୋଇଥିବା ସ୍ଥାନରେ ଦିନକୁ ଦୁଇଥର ଲଗାଇଲେ ସ୍କିନ୍ ରାଶେଶ୍ ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ।
୪. ଆଲୋଭେରା ଜେଲ୍ ସାଧାରଣତଃ ଏହାର ଥଣ୍ଡା ଗୁଣ ଯୋଗୁଁ ବିଭିନ୍ନ ସମସ୍ୟା ପାଇଁ ବ୍ୟବହୃତ ହୁଏ। ଗ୍ରୀଷ୍ମରେ, ଏହା ଚର୍ମକୁ ହାଇଡ୍ରେଟ୍ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦହି ପରି ଅନ୍ୟ ଏକ ଥଣ୍ଡା ଉପାଦାନ ସହିତ ମିଶାନ୍ତୁ। ଏହି ମିଶ୍ରଣକୁ ବ୍ୟବହାର କରି ହୋଇଥାଏ ଚର୍ମର ରକ୍ଷା। ପ୍ରଥମେ ଏକ ଚାମଚ ଦହି ସହିତ ଦୁଇ ଚାମଚ ଆଲୋ ଭେରା ଜେଲ ନିଅନ୍ତୁ। ଏହାକୁ ଭଲ ଭାବରେ ମିଶାନ୍ତୁ ଏବଂ ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ, ୧୫ ମିନିଟ୍ ଅପେକ୍ଷା କରନ୍ତୁ, ଶେଷରେ ଏହାକୁ ଭଲ ଭାବରେ ସାଧାପାଣିରେ ଧୋଇ ନିଅନ୍ତୁ, ତାପରେ ଦେଖନ୍ତୁ ଚମତ୍କାର।
୫. ଯଦି ଆପଣ ଶୁଷ୍କ ଚର୍ମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ନଡ଼ିଆ ତେଲ ସହ ଆଲୋ ଭେରା ନେଇ ପାରିବେ। ତେଲର ମଶ୍ଚରାଇଜିଂ ଗୁଣ ଗୁଡ଼ିକ ଚମକୁଥିବା ଚର୍ମକୁ ଭଲ କରିପାରେ। ଯେତେବେଳେ ଆଲୋ ଭେରା ଜେଲ୍ ସହିତ ମିଶ୍ରିତ ହୁଏ, ମଶ୍ରିଣଟି ଅତ୍ୟଧିକ ହାଇଡ୍ରେଟିଂ ହୋଇଯାଏ। କିନ୍ତୁ, ଯଦି ଆପଣଙ୍କର ବ୍ରେକଆଉଟ୍ ଅଛି ତେବେ ଆପଣଙ୍କୁ ଏହାକୁ ଯତ୍ନର ସହିତ ବ୍ୟବହାର କରିବା ଆବଶ୍ୟକ ଅଛି।
Comments are closed.