Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାଓ୍ୱତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ତ୍ରିବେନ୍ଦ୍ର ସିଂହ ରାୱତ ଇସ୍ତଫା ଦେବା ପରେ ଆଜି ନୂଆ ମୁଖମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ । ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟା ତିରଥ ସିଂହ ରାଓ୍ବତଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ବିଧାୟକ ଦଳର ବୈଠକରେ ତିରଥଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

ମଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ତିରଥ ସିଂହ ରାୱତଙ୍କ ନାଁ ଭାବରେ ଘୋଷଣା ହେବା ପରେ ସେ କହିଥିଲେ ଯେ, ତ୍ରିବେନ୍ଦ୍ର ସିଂହ ରାୱତଙ୍କ କାମକୁ ଆଗକୁ ନେବେ । ୪ ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ବିକାଶ କାମ ହୋଇଛି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି କହିଛନ୍ତି ତିରଥ ସିଂହ । ରାଜ୍ୟର ବିକାଶ ପାଇଁ କୃଷି ଓ ପର୍ଯ୍ୟଟନକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.