Latest Odisha News

BREAKING NEWS

ରାଉଣ୍ଡ-୧୪: ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ଶଙ୍କର ଦାସ ଆଗୁଆ

ତିର୍ତ୍ତୋଲ: ତିର୍ତ୍ତୋଲ ବିଧାନସଭାରେ ଆଗରେ ରହିଛି ବିଜେଡି । ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୨୦୯୪୬ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍ ୪୬୯୩୧ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୨୫୯୮୫ଟି ଭୋଟ୍ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୨୧୪୫ଟି ଭୋଟ୍ ପାଇଛନ୍ତି ।

ସୂଚନାଯୋଗ୍ୟ, ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ୧୩ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୯୨୬୪ ଭୋଟରେ ଆଗୁଆ ରହିଥିଲା। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍ ୪୩୯୫୪ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୪୬୯୦ଟି ଭୋଟ୍ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୦୭୬୬ଟି ଭୋଟ୍ ପାଇଥିଲେ। । ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ମାଡି ମାଡି ଚାଲିଛି ।

Leave A Reply

Your email address will not be published.